ଲୋକଙ୍କ ଢିଲାପଣ ଭୟଙ୍କର ସ୍ଥିତି ସୃଷ୍ଟି କରିବ : ଲଭ୍ ଅଗ୍ରୱାଲ
କରୋନାର ତୃତୀୟ ଲହରୀ ଖୁବ୍ଶୀଘ୍ର ଆସିଯିବ । ବିଶେଷଜ୍ଞମାନେ ଏଭଳି ମତ ଦେଇଛନ୍ତି । ଏନେଇ ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଛି । କିନ୍ତୁ ଲୋକେ ଏହାକୁ ହାଲ୍କା ଭାବେ ଗ୍ରହଣ କରୁଛନ୍ତି । ସାଧାରଣ ମୌସୁମୀ ଅପଡେଟ୍ ଭଳି ଭାବୁଛନ୍ତି । ଯାହାକି ଚିନ୍ତାର ବିଷୟ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ ।
ଦ୍ୱିତୀୟ ଲହରୀ ଖୁବ୍ ମାରାତ୍ମକ ରହିଥିଲା । ବହୁ ଲେକେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବି ବଢିଛି । ହେଲେ ଯେଉଁସ୍ଥାନମାନଙ୍କରେ ସଂକ୍ରମଣ କମିଛି ସେଠାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁଥିପାଇଁ ଲୋକେ ଢିଲାପଣ ଦେଖାଉଛନ୍ତି । କଟକଣା ମାନୁନାହାନ୍ତି । ଶହ ଶହ ଲୋକ ରୁଣ୍ଡ ହେଉଛନ୍ତି । ଯାହାର ପରିଣତି ଭୟଙ୍କର ହୋଇପାରେ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି ।
ସେହିପରି ନୀତି ଆୟୋଗର ସଦସ୍ୟ ଡା. ବିକେ ପଲ କହିଛନ୍ତି, ଏବେ ସାରା ବିଶ୍ୱ କରୋନା ତୃତୀୟ ଲହରର ସାମ୍ନା କଲାଣି । ହେଲେ ଭାରତରେ କିପରି ଏହାକୁ ରୋକାଯାଇ ପାରିବ ସେ ଦିଗରେ ଆମେ ଚିନ୍ତା କରୁଛୁ ଓ କାର୍ଯ୍ୟ କରୁଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, କରୋନାର ତୃତୀୟ ଲହର କେବେ ଆସିବ ତାହା ଚିନ୍ତା କରିବା ପୂର୍ବରୁ ଏଥିପାଇଁ ଆମେ କେତେ ପ୍ରସ୍ତୁତ ଅଛୁ ତାହା ଦେଖିବା ଆବଶ୍ୟକ । ଆଉ କେମିତି ଏହାକୁ ଦୂରେଇ ଦେଇ ହେବ ।
ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହର ଦେଶରେ କମି ଯାଇଥିବା ବେଳେ କିଛି ରାଜ୍ୟରେ କିନ୍ତୁ ଏବେବି ସ୍ଥିତି ଚିନ୍ତାଜନକ ରହିଛି । ତେଣୁ ତୃତୀୟ ଲହର ଭୟଙ୍କର ହେବ ବୋଲି ବିଶେଷଜ୍ଞମାନେ ଅନୁମାନ ଲଗାଇଛନ୍ତି । କିନ୍ତୁ ଲୋକଙ୍କ ବେଫିକର ମନୋଭାବ ଭୟଙ୍କର ସ୍ଥିତି ଉପୁଜାଇବ ବୋଲି ଆକଳନ କରାଯାଉଛି ।
Powered by Froala Editor