ପ୍ରଥା ମାନି ନେଲେ ଦୁଇ ଭାଇ : ଗୋଟିଏ କନ୍ୟାଙ୍କୁ ବିବାହ

ହିମାଚଳ ପ୍ରଦେଶରେ ବହୁ ପୁରୁଣା ପରମ୍ପରାକୁ ମାନି ନେଇଛନ୍ତି ଦୁଇ ଭାଇ । ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାର ଏକ ଗାଁରେ ବହୁ ପତି ନିୟମ ଅନୁଯାୟୀ, ଦୁଇ ଭାଇ ଗୋଟିଏ ଝିଅକୁ ବିବାହ କରିଛନ୍ତି । ଯଦିଓ ଏହା ଆଇନ ସମ୍ମତ ନୁହେଁ । ସିରମୌର ଜିଲ୍ଲାର ଶିଲାଇ ଗାଁର ହଟ୍ଟି ଜନଜାତିର ଦୁଇ ଭାଇ ପ୍ରଦୀପ ନେଗି ଓ କପିଲ ନେଗି ନିକଟସ୍ଥ କୁନହାଟ ଗାଁର ସୁନୀତା ଚୌହାନଙ୍କୁ ବିବାହ କରିଛନ୍ତି ।
ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ହଟ୍ଟି ଜନଜାତିର ଦୁଇ ଭାଇ ଜଣେ ମହିଳାଙ୍କୁ ବିବାହ କରିଛନ୍ତି, ଯାହାକୁ ପୁରୁଣା ବହୁପତି ବିବାହ ତଥା ସ୍ଥାନୀୟ ଭାଷାରେ ‘ଯୋଡିଦାରା’ କୁହାଯାଏ)।
ଗତ ଜୁଲାଇ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ମହା ଆଡମ୍ବରରେ ପରମ୍ପରା ଅନୁଯାୟୀ ଏହି ବିବାହ ସମ୍ପନ୍ନ ହୋଇଛି । ଏହି ବିବାହ ଉତ୍ସବରେ ଶହ ଶହ ଲୋକେ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଦୀପ ଏକ ସରକାରୀ ଚାକିରି କରୁଥିବା ବେଳେ ଚାନ ଭାଇ କପିଲ ବିଦେଶରେ ଚାକିରି କରିଛନ୍ତି । ତିନି ଜଣ ବିବାହ ସମ୍ପର୍କରେ କହିଛନ୍ତି ଯେ, ସେମାନେ ବିନା ଚାପରେ ଏହି ବିବାହ ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ସେମାନଙ୍କ ପରିବାରର ମଧ୍ୟ ସମ୍ମତି ରହିଛି ।
Powered by Froala Editor