ଚର୍ଚ୍ଚାରେ ଅହାନ ପାଣ୍ଡେଙ୍କ ପ୍ରଥମ ଚଳଚ୍ଚିତ୍ର ‘ସୈୟାରା’

ନୂଆଦିଲ୍ଲୀ: ଚଙ୍କି ପାଣ୍ଡେଙ୍କ ପୁତୁରା ତଥା ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭାଇ ଅହାନ ପାଣ୍ଡେଙ୍କ ପ୍ରଥମ ଚଳଚ୍ଚିତ୍ର ‘ସୈୟାରା’ ଏବେ ଚର୍ଚ୍ଚାରେ। ଅନୀତ ପଡ୍ଡାଙ୍କ ସହିତ ତାଙ୍କ ଯୋଡ଼ିକୁ ବେଶ୍ ପ୍ରଶଂସା କରାଯାଉଛି। ଫିଲ୍ମର ପ୍ରଥମ ଦିନର ଆୟ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। ତେବେ ଦ୍ଵିତୀୟ ଦିନର ଆୟ ପ୍ରଥମ ଦିନଠାରୁ ଆହୁରି ଅଧିକ।
ସୂଚନା ଅନୁସାରେ, ପ୍ରଥମ ଦିନରେ ଫିଲ୍ମ ୨୧ କୋଟି ଟଙ୍କାର ବ୍ୟବସାୟ କରିଥିବାବେଳେ ଦ୍ଵିତୀୟ ଦିନରେ ୨୪ କୋଟି ଟଙ୍କା ଆୟ କରିଛି। ଏଥିସହ ଫିଲ୍ମଟି ମାତ୍ର ଦୁଇ ଦିନରେ ୪୫ କୋଟି ଟଙ୍କା ଆୟ କରିଛି। ବିଶ୍ଵସ୍ତରରେ ଏହାର ଆୟ ୫୦ କୋଟି ପାର୍ ହୋଇଛି। ଫଳରେ ‘ସୈୟାରା’ ୨୦୨୫ର ହିଟ୍ ଚଳଚ୍ଚିତ୍ର ତାଲିକାରେ ସାମିଲ ହୋଇଯାଇଛି।
Powered by Froala Editor