ପୃଥିବୀ ଫେରିବା ପରେ ଚାଲିବା ଶିଖୁଛନ୍ତି ଶୁଭାଂଶୁ
ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ସ୍ପେସ୍ ଷ୍ଟେସନ୍ରେ ୧୮ ଦିନ ଫେରିବା ପରେ ଅବ୍ଜର୍ଭେସନ୍ରେ ଅଛନ୍ତି । ଗୁରୁବାର ସେ ଏକ ଫଟୋ ଶେୟାର କରି ଇନ୍ଷ୍ଟାଗ୍ରାମ୍ରେ ଲେଖିଛନ୍ତି, ମହାକାଶରୁ ଫେରି ଏବେ ପୁଣି ଥରେ ଚାଲିବା ଶିଖୁଛି ।
ଶୁଭାଂଶୁ କହିଛନ୍ତି, ମହାକାଶରୁ ଫେରିବା ପରେ ସିଧା ଚାଲିବା ଚାଲେଞ୍ଜ୍ ହୁଏ । ଶରୀରର ପ୍ରତିକ୍ରିୟା ଧିମା ହୋଇଯାଏ । ସନ୍ତୁଳନ ବିଗିଡ଼ିଯାଏ । ସମୟ ସହିତ ଶରୀର ପୁଣି ଥରେ ନିଜକୁ ସନ୍ତୁଳିତ କରିନିଏ । ପୃଥିବୀରୁ ମହାକାଶକୁ ଯିବା ପରେ ଯେମିତି ଅନେକ ପ୍ରକାର ପରିବର୍ତ୍ତନ ହୁଏ, ସେଠାରୁ ଫେରିବା ପରେ ବି ଠିକ୍ ସେମିତି ହୁଏ । ପୃଥିବୀରେ ମାଧ୍ୟାକର୍ଷଣରେ ଆମ ବଡ଼ ହେଉ । ମହାକାଶରେ ସୂକ୍ଷ୍ମ ମାଧ୍ୟାକର୍ଷଣ ଶରୀର ଉପରେ ଅନେକ ପ୍ରକାର ପ୍ରଭାବ ପକାଏ । ମହାକାଶରେ ଶରୀରରୁ ତରଳ ପଦାର୍ଥ କମ୍ ହେବାକୁ ଲାଗେ । ହୃତ୍ସ୍ପନ୍ଦନ ଧିମା ହୋଇଯାଏ, କାରଣ ହୃତ୍ପିଣ୍ଡକୁ ରକ୍ତ ପହଞ୍ଚିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼େନାହିଁ । ତେଣୁ ପୃଥିବୀ ଫେରିବା ପରେ ଅଙ୍ଗଗୁଡ଼ିକୁ ନୂଆ କରି କାମ କରିବାକୁ ପଡ଼େ ।
ସୂଚନା ଯେ, ଆକ୍ସିଓମ୍-୪ ମିଶନ୍ରେ ଗତ ଜୁନ୍ ୨୫ରେ ଶୁଭାଂଶୁଙ୍କ ସହିତ ୪ ମହାକାଶଚାରୀ ମହାକାଶ କେନ୍ଦ୍ର ଯାଇଥିଲେ । ସେଠାରେ ୧୮ ଦିନ ରହିବା ପରେ ଗତ ଜୁଲାଇ ୧୫ରେ ସେମାନେ ପୃଥିବୀକୁ ଫେରିଛନ୍ତି ।
Powered by Froala Editor