ନେପାଳରେ ବନ୍ଦ ହେଲା ଟେଲିଗ୍ରାମ ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ନେପାଳ ସରକାର ଟେଲିଗ୍ରାମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଦେଶରେ ବୃଦ୍ଧି ପାଉଥିବା ଅନଲାଇନ୍ ଆର୍ଥିକ ଠକେଇ ଏବଂ ବେଆଇନ ଅର୍ଥ କାରବାର ଭଳି ଗୁରୁତର ଅପରାଧକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ନେପାଳ ଦୂରସଞ୍ଚାର ପ୍ରାଧିକରଣ ଦେଶର ସମସ୍ତ ଟେଲିକମ୍ ଏବଂ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ତୁରନ୍ତ ଟେଲିଗ୍ରାମକୁ ବ୍ଲକ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଧିକରଣ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, "ନେପାଳରେ ଟେଲିଗ୍ରାମ ଆପ୍ ମାଧ୍ୟମରେ ଅନଲାଇନ୍ ଠକେଇ ସଂଖ୍ୟା କ୍ରମାଗତ ଭାବେ ବଢୁଛି ଏବଂ ଏହା ମନି ଲଣ୍ଡରିଂ ଭଳି ଗୁରୁତର ଅପରାଧରେ ସମ୍ପୃକ୍ତ ଥିବା ସୂଚାଉଛି । ତେଣୁ ସମସ୍ତ ସମ୍ପୃକ୍ତ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କୁ ତୁରନ୍ତ ଟେଲିଗ୍ରାମ ଆପ୍କୁ ବନ୍ଦ/ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Powered by Froala Editor