ଯୌତୁକ ପାଇଁ ବିଷ ପିଇ ଜୀବନ ହାରିଲେ ମହିଳା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବାଗପତରୁ ଆତ୍ମହତ୍ୟାର ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ହଇଚଇ ସୃଷ୍ଟି କରିଛି । ଛପରୌଲୀ ଥାନା ଅନ୍ତର୍ଗତ ରଠୌଡା ଗାଁରେ ଯୌତୁକ ପାଇଁ ମନୀଷା ନାମରେ ଜଣେ ମହିଳା ବିଷ ପିଇ ଜୀବନ ହାରିଛନ୍ତି । ମୃତ୍ୟୁ ପୂର୍ବରୁ ମହିଳା ଜଣକ ନିଜ ହାତ,ଗୋଡ ସହ ଶରୀରରର ଅନେକ ସ୍ଥାନରେ ସୁଇସାଇଡ୍ ନୋଟ୍ ଲେଖିଛନ୍ତି । ଏହାସହ ଶ୍ୱଶୁର ଘର ଲୋକଙ୍କ କାରନାମା ଲୋକଲୋଚନକୁ ଆଣିବା ପାଇଁ ଭିଡିଓ ମଧ୍ୟ କରିଥିଲେ । ଭିଡିଓରେ ସେ ନିଜ ଉପରେ ହୋଇଥିବା ଅନ୍ୟାୟ, ଅତ୍ୟାଚାର ବିଷୟରେ କହିଛନ୍ତି । ନିଜ ସ୍ୱାମୀ, ଶାଶୁ, ଶ୍ୱଶୁର ଓ ଦିଅର ଲଗାତାର ଯୌତୁକ ପାଇଁ ଅତ୍ୟାଚାର କରୁଥିଲେ । ମନୀଷା କହିଥିଲେ, ତାଙ୍କ ସହ ମାର୍ପିଟ୍ କରିବା ସହ ସେ ଗର୍ଭବତୀ ଥିବା ସମୟରେ ତାଙ୍କ ଗର୍ଭପାତ ମଧ୍ୟ କରାଇଥିଲେ । ବିଦ୍ୟୁତ୍ ଦେଇ ଜୀବନରୁ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ବିବାହରେ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଜ୍ୱାଇଁକୁ ବୁଲେଟ୍ ମଧ୍ୟ ଦିଆଯାଇଥିଲା । ୨୦୨୩ରେ ମନୀଷାଙ୍କ ବିବାହ ହୋଇଥିଲା । ପୁଲିସ ଘଟଣାର ତଦନ୍ତ କରୁଛି ।
Powered by Froala Editor