କରୋନାରେ ନକ୍ସଲ କମାଣ୍ଡର ବିନୋଦର ମୃତ୍ୟୁ
କରୋନାରେ ଇନାମୀ ନକ୍ସଲ କମାଣ୍ଡର ବିନୋଦର ମୃତ୍ୟୁ ଘଟିଛି । ବିନୋଦ ଆନ୍ଧ୍ର ଓଡିଶା ଛତିଶଗଡ଼ ତିନି ରାଜ୍ୟର ଟପ୍ ହାର୍ଡଖୋର ମାଓନେତା ଥିଲା । ବହୁ ଚର୍ଚ୍ଚିତ ୨୦୧୩ ମସିହା ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାର ଝିରମ ଘାଟିରେ ୩୨ ଜଣଙ୍କୁ ହତ୍ୟା କରିଥିଲା ଏହି ମାଓ ନେତା । ଛତିଶଗଡ଼ ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ନନ୍ଦକୁମାର ପଟେଲଙ୍କ ସମେତ ବିଦ୍ୟା ଚରଣ ଶୁକ୍ଳା ଓ ମହେନ୍ଦ୍ର କର୍ମାଙ୍କ ଭଳି ୩୨ ଜଣ କଂଗ୍ରେସ ନେତାଙ୍କୁ ହତ୍ୟା କରାଯାଇଥିଲା ।
ବିନୋଦ ୨୦୧୮ ଲୋକସଭା ନିର୍ବାଚନ କାଳରେ ଦାନ୍ତେୱାଡା ଜିଲ୍ଲା ଦକ୍ଷିଣ ବସ୍ତର କୁଆକୋଣ୍ଡାରେ ବିଜେପି ବିଧାୟକ ଭୀମା ମାଣ୍ଡବୀଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ଥିଲା। ମାଣ୍ଡବୀଙ୍କ ହତ୍ୟା ଲାଗି ବିନୋଦ ନିର୍ଦ୍ଦେଶରେ ନକ୍ସଲମାନେ ରାସ୍ତାରେ ଆଇଇଡି ବିଛାଇଥିଲେ। ନିର୍ବାଚନ ପ୍ରଚାରରୁ ଫେରିବା ରାସ୍ତାରେ ମାଣ୍ଡବୀଙ୍କ ବାହନ ଆଇଇଡି ଉପରେ ଉଠିବାମାତ୍ରେ ବିସ୍ଫୋରଣ ହୋଇଥିଲା। ଫଳରେ ମାଣ୍ଡବୀଙ୍କ ସମେତ ଗାଡିରେ ଥିବା ୩ ଜଣ ସୁରକ୍ଷା କର୍ମୀ ଓ ବାହନ ଚାଳକ ମଧ୍ୟ ପ୍ରାଣ ହରାଇଥିଲେ। ଘଟଣା ନେଇ ବସ୍ତର ମାଓବାଦୀ ଗୋଷ୍ଠୀ ନିଜକୁ ଦାୟି କରିଥିବା ବେଳେ ସେବେଠାରୁ ବିନୋଦର ତଲାସ ଜାରି ଥିଲା।
ବିନୋଦ ମୁଣ୍ଡ ଉପରେ ଛତିଶଗଡ ପୋଲିସ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ସେହିପରି ଜାତୀୟ ତଦନ୍ତକାରୀ ସଂସ୍ଥାନ (ଏନଆଇଏ) ବିନୋଦ ସମ୍ପର୍କରେ ସୂଚନା ଲାଗି ୫ ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲା। ତେବେ କରୋନାରେ ନକ୍ସଲ କମାଣ୍ଡର ପ୍ରାଣ ହରାଇଥିବା ଜିଲ୍ଲା ଏସପି ସୂଚିତ କରିଛନ୍ତି।
Powered by Froala Editor