ବଜ୍ରପାତରେ ଭଗବାନ ଶ୍ରୀକୃଷ୍ଣଙ୍କ ମନ୍ଦିର ପତାକା ଛିଣ୍ଡିଲା
ଗୁଜରାଟର ଦ୍ଵାରକାରେ ଭଗବାନ ଶ୍ରୀକୃଷ୍ଣଙ୍କ ମନ୍ଦିର ଉପରେ ବଜ୍ରପାତ ହୋଇଛି । ବଜ୍ରପାତ ହେବାରୁ ମନ୍ଦିରର ପତାକା ଛିଣ୍ଡି ଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଦ୍ଵାରକାରେ ଭୀଷଣ ବର୍ଷା ହୋଇଛି। ଦ୍ଵାରକାରେ ୨ ଇଞ୍ଚରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଘଡଘଡି ବିଜୁଳି ଦେଖି ଲୋକେ ଭୟଭୀତ ହୋଇ ପଡିଛନ୍ତି। ପ୍ରବଳ ବର୍ଷା କାରଣରୁ ଦ୍ଵାରକା ନିକଟସ୍ଥ ସମୁଦ୍ର ଅଶାନ୍ତ ହୋଇ ଉଠିଛି। ସମୁଦ୍ରରେ ଉଚ୍ଚ ଲହଡି ଆସୁଛି। ପ୍ରତିକୂଳ ସ୍ଥିତିକୁ ଦେଖି ପାଣିପାଗ ବିଭାଗ ଆଗାମୀ ତିନି ଦିନ ପାଇଁ ଚେତାବନୀ ଜାରି କରିଛନ୍ତି। ସମୁଦ୍ର କୂଳକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ତେବେ ବଜ୍ରପାତରେ କୌଣସି ଧନଜୀବନହାନୀ ଘଟିନାହିଁ। ମନ୍ଦିରର ବି କୌଣସି କ୍ଷତି ଘଟିନଥିବା ଜଣା ପଡିଛି।
Powered by Froala Editor