ଏଥର ବି ଶୁଭିବନି ବୋଲବମ୍, ହରହର ବମ୍

ଏଥର ବି ଶୁଭିବନି ବୋଲବମ୍, ହରହର ବମ୍ । ଗତବର୍ଷ ଭଳି ଏବର୍ଷ ବି ବୋଲବମ୍ରେ ଲାଗିଛି କରେନା କଟକଣା । ଏ ନେଇ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ବୋଲବମ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି।
ନିର୍ଦ୍ଦେଶ ମୁତାବକ, କୌଣସି ଧାର୍ମିକ ସ୍ଥାନରୁ ଜଳ ଉଠାଇ ପାରିବେନି କାଉଡିଆ । ଏହାସହ ଜଳ ନେଇ ସର୍ବସାଧାରଣ ରାସ୍ତାରେ ଯାଇପାରବେନି । ପାଣି ନେଇ କାଉଡିଆମାନେ ଶିବ ମନ୍ଦିରକୁ ଯାଇ ପାରିବେନି ବୋଲି ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଯାହାକି ଶହ ଶହ ଶୈବ ଭକ୍ତଙ୍କୁ ନିରାଶ କରିଛି । ରଥଯାତ୍ରାରେ ବି କରୋନା କଟକଣା ଲାଗିଥିବାରୁ ଭକ୍ତ ନିରାଶ ହୋଇଥିଲେ । ତାପରେ ବୋଲବମ୍ କଟକଣା ଅନେକ ମାନସିକଧାରୀଙ୍କୁ ହତାଶ କରିଛି । ତଥାପି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକେ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।
Powered by Froala Editor