Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, November 19, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ହନୁମାନଙ୍କ ବିରୋଧରେ କହି ବିବାଦରେ ...

  • ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ...

  • ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର

  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ...

  • ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ...

  • ଗଣହତ୍ୟା ମାମଲାରେ ପୂର୍ବତନ ...

  • ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ...

  • ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

  • ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ...

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

ରାଜନୀତି
Home ›› ରାଜନୀତି ››ସାଢ଼େ ୪ କୋଟି ଓଡ଼ିଆଙ୍କ ସେବାରେ ସମର୍ପିତ ହେବ ବିଜେଡିର ନୂତନ କାର୍ଯ୍ୟାଳୟ , ଶୁଭ ଦେଲେ ନବୀନ

ସାଢ଼େ ୪ କୋଟି ଓଡ଼ିଆଙ୍କ ସେବାରେ ସମର୍ପିତ ହେବ ବିଜେଡିର ନୂତନ କାର୍ଯ୍ୟାଳୟ , ଶୁଭ ଦେଲେ ନବୀନ

2021-07-13 11:16:43
15511
Share:
Facebook
Twitter
E-Mail
WhatsApp
Telegram
ସାଢ଼େ ୪ କୋଟି ଓଡ଼ିଆଙ୍କ ସେବାରେ ସମର୍ପିତ ହେବ ବିଜେଡିର ନୂତନ କାର୍ଯ୍ୟାଳୟ , ଶୁଭ ଦେଲେ ନବୀନ

ଭୁବନେଶ୍ୱର : ବିଜେଡି ରାଜ୍ୟ କାର୍ଯ୍ୟାଳୟ (ମୁଖ୍ୟାଳୟ) ରୂପରେଖ ବଦଳିବ । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହେବ ଦଳର ନୂତନ ମୁଖ୍ୟାଳୟ । ପ୍ରସ୍ତାବିତ କୋଠା ୪ ମହଲା (ବେସ୍‌ମେଣ୍ଟ୍‌+ଗ୍ରାଉଣ୍ଡ୍ ଫ୍ଲୋର୍‌+ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଫ୍ଲୋର୍‌) ବିଶିଷ୍ଟ ହେବ । ପରବର୍ତ୍ତୀ ସମୟରେ ରାଜ୍ୟର ୩୦ଟି ଜିଲ୍ଲା ସଦରମହକୁମାରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥାପନ କରାଯାଇ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଯୋଗାଯୋଗ ବ୍ୟବସ୍ଥାରେ ମୁଖ୍ୟାଳୟ ସହ ସଂଯୋଗ କରାଯିବ । ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂତନ ମୁଖ୍ୟାଳୟ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । 

ଦଳୀୟ କାର୍ଯ୍ୟାଳୟରେ ଭୂମି ପୂଜନ ଲାଗି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୋଭିଡ୍ ନିୟମ ଦୃଷ୍ଟିରୁ ଦଳର କେତେକ ବରିଷ୍ଠ ନେତା ଓ ନେତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଦଳର ସଭାପତି ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ‘ଜୟ ଜଗନ୍ନାଥ’ କହି ଏହି ନୂତନ ମୁଖ୍ୟାଳୟ ଲାଗି ଶୁଭ ଦେଇଥିଲେ । 

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ୨୪ ବର୍ଷ ହେଲା ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ୱାସର ପ୍ରତୀକ ହୋଇଛି । ମହିଳା, ଯୁବ, ଛାତ୍ର, ଚାଷୀ, ଶ୍ରମିକ, ଗରିବ, ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ ସମସ୍ତଙ୍କ ବିପୁଳ ସମର୍ଥନ ପାଇ ଆଜି ଦଳରେ କୋଟିଏରୁ ଅଧିକ ସଦସ୍ୟ ସାମିଲ୍ ହୋଇଛନ୍ତି । ଆଜି ପବିତ୍ର ରଥଯାତ୍ରାରେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନୂତନ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟାଳୟରେ ଓଡ଼ିଶାବାସୀଙ୍କ ସେବା ପାଇଁ ବିଭିନ୍ନ ଶାଖା କାର୍ଯ୍ୟକ୍ଷମ ହେବା ସହିତ ରକ୍ତଦାନ ଏବଂ ଅନ୍ୟାନ୍ୟ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଚାଲୁ ରହିବ । ଏହା କେବଳ ଦଳୀୟ କାର୍ଯ୍ୟାଳୟ ହେବ ନାହିଁ, ବରଂ ଏହା ଓଡ଼ିଶାର ଲୋକଙ୍କ ପାଇଁ ସେବା ଓ ସମର୍ପଣର ପ୍ରତୀକ ହେବ । ଓଡ଼ିଶା ସ୍ୱାଭିମାନର ଜାଗ୍ରତ ପ୍ରହରୀ ଭାବେ ମଧ୍ୟ ଏହା କାର୍ଯ୍ୟ କରିବ । ଦଳର ଯୁବ ଓ ଛାତ୍ର ଶ୍ରମ ଦାନ କରି ନିଜ ଘରର କାମ ଭାବି ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବେ । ଏହା ମାଧ୍ୟମରେ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ସେବା କରିବାକୁ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ନିଜକୁ ସମର୍ପିତ କରିବେ । ବିଜେଡି ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହି ଭବନ ନିର୍ମାଣ କରାଯିବ । ଓଡ଼ିଶାର ସ୍ଥାପତ୍ୟ ଏବଂ କଳାକୁ ମଧ୍ୟ ଗୁରୁତ୍ୱ ମିଳିବ । ଏହା ମଧ୍ୟରେ ଏକ ଅଡିଟୋରିୟମ୍ କରାଯିବାର ବ୍ୟବସ୍ଥା ରହିଛି । ୨୩ ବର୍ଷ ପରେ ଦଳର କାର୍ଯ୍ୟାଳୟ ପୁନଃନିର୍ମାଣ ହେଉଥିବା ବେଳେ ୱାଇଫାଇ ବ୍ୟବସ୍ଥା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ଏହାସହ ଯୋଡିହେବ । ୨୩ ବର୍ଷ ଧରି ଦଳର ସଂଗଠନକୁ ସୁଦୃଢ଼ କରାଯାଇଛି । 

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଦଳର ରାଜ୍ୟ କାର୍ଯ୍ୟାଳୟ ସମେତ ଜିଲ୍ଲାରେ ଦଳର ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରାଯାଉଛି । ଏହି ଐତିହାସିକ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ଉଷା ଦେବୀ, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ଅଶୋକ ପଣ୍ଡା, ଡ. ପ୍ରସନ୍ନ ପାଟ୍ଟଶାଣୀ, ପଦ୍ମନାଭ ବେହେରା, ପ୍ରଫୁଲ୍ଲ ସାମଲ, ପ୍ରଣବ ବଳବନ୍ତରାୟ, ପ୍ରମିଳା ମଲ୍ଲିକ, କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Powered by Froala Editor

Tags bjd , naveen patnaik

Related articles Odisha News Lens 4.1

  • ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
    ଦେଶ-ଦେଶାନ୍ତର

    ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    14265
    Nov 17, 2025
  • ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର
    ଦେଶ-ଦେଶାନ୍ତର

    ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର

    13595
    Nov 18, 2025
  • ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର
    ମନୋରଞ୍ଜନ

    ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

    15275
    Nov 17, 2025
  •  ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ

    14338
    Nov 18, 2025
  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ
    ଦେଶ-ଦେଶାନ୍ତର

    ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ

    14848
    Nov 18, 2025
  • ଗଣହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
    ଦେଶ-ଦେଶାନ୍ତର

    ଗଣହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    15569
    Nov 18, 2025
  • ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ହାତଗଣ୍ଠି
    ଖେଳ ଖବର

    ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ହାତଗଣ୍ଠି

    14013
    Nov 17, 2025
  • ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ
    ମନୋରଞ୍ଜନ

    ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ

    14645
    Nov 18, 2025
  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ
    ବିଶେଷ

    ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14279
    Nov 17, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ

    14848
    Nov 18, 2025
  • ଖେଳ ଖବର

    ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ହାତଗଣ୍ଠି

    14013
    Nov 17, 2025
  • ମନୋରଞ୍ଜନ

    ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ

    14645
    Nov 18, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16856
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16952
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17297
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15769
    Apr 03, 2021

ବିଶେଷ

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14279
    Nov 17, 2025
  • ଏହି କାରଣରୁ ବିନ୍ଧିଥାଏ ଗୋଡ

    16099
    Nov 16, 2025
  • ଶୀତଦିନ ପାଇଁ ସୁପର୍ ଫୁଡ

    15153
    Nov 15, 2025
  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    14429
    Nov 13, 2025
  • ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ଖାଆନ୍ତୁ ଗୁଜୁରାତି

    15288
    Nov 13, 2025

ବାଣିଜ୍ୟ

ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

ଭୁବନେଶ୍ୱର: ଚଳିତବର୍ଷ ମିଳିତ ଜାତିସଂଘ ଓ ବ୍ରାଜିଲ ସରକାରଙ୍କ ମିଳିତ ଆନୁକୂଲ୍ୟରେ ବେଲେମ୍ସ ସହରରେ ଅନୁଷ୍ଠିତ ହେଉଥିବା କପ୍‌ ୩୦ ସମ୍ମିଳନୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବ୍ରାଜିଲ ପ୍ରଥମ ମହିଳା ସମ୍ମାନନୀ ...

  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14722
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14314
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13959
    Oct 27, 2025
  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    15028
    Oct 13, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

    15275
    Nov 17, 2025
  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ

    14848
    Nov 18, 2025
  • ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ

    14338
    Nov 18, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In