ଖୁବଶୀଘ୍ର ଆସିଯିବ ତୃତୀୟ ଲହର
ନୂଆଦିଲ୍ଲୀ: ଦେଶରେ ଖୁବ ଶୀଘ୍ର ତୃତୀୟ ଲହର ଆସିବ । କିନ୍ତୁ ବିଭିନ୍ନ ରାଜ୍ୟମାନଙ୍କରେ କରୋନାକୁ ଯେଭଳି ବେପରୁଆ ଢ଼ଙ୍ଗରେ ମୁକାବିଲା କରାଯାଉଛି ସେ ଦିଗରେ ଚିନ୍ତା ପ୍ରକଟ କରିଛି ଆଇଏମଏ (ଇଣ୍ଡିଆନ ମେଡିକାଲ ଆସୋସିଏସନ) । ଭାରତ ନିକଟରେ ବିପଜ୍ଜନକ ତୃତୀୟ ଲହରରୁ ବାହାରିଛି । ତୃତୀୟ ଲହର ବି ଅବଶ୍ୟାମ୍ଭାବୀ ଏବଂ ଏହା ଖୁବଶୀଘ୍ର ଆସିଯିବ । କିନ୍ତୁ ଦେଶର ବିଭିନ୍ନ ଅଂଶରେ ଉଭୟ ସରକାର ଏବଂ ସାଧାରଣ ଲୋକ କରୋନାକୁ ଯେଭଳି ବେପରୁଆ ଢ଼ଙ୍ଗରେ ମୁକାବିଲା କରିଛନ୍ତି ଏବଂ ନିୟମାବଳୀର ଯେଭଳି ଉଲ୍ଲଂଘନ ହେଉଛି ତାହା ଅତ୍ୟନ୍ତ ଚିନ୍ତାଜନକ ବୋଲି ଆଇଏମଏ ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି । ପର୍ଯ୍ୟଟନ ତୀର୍ଥଯାତ୍ରା ଏସବୁ ଆବଶ୍ୟକ । କିନ୍ତୁ ଏଥିପାଇଁ କିଛି ମାସ ଅପେକ୍ଷା କରିବାକୁ ପଡିବ । ଧାର୍ମିକ ଏବଂ ପର୍ଯ୍ୟଟକ ସ୍ଥାନ ଖୋଲିଦେବା ଦ୍ୱାରା ସ୍ଥିତି ଅତ୍ୟନ୍ତ ବିଗିଡି ଯିବ ବୋଲି ଆଇଏମଏ ଚେତାବନୀ ଦେଇଛି । ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଆଉ ୩ ମାସ ପାଇଁ ସମସ୍ତ କରୋନା କଟକଣା ଲାଗୁ ରଖିବା ଉଚିତ । ପର୍ଯ୍ୟଟନ, ତୀର୍ଥଯାତ୍ରା ସବୁ ଆବଶ୍ୟକ । କିନ୍ତୁ ଏଥିପାଇଁ ଆହୁରି ୩ ମାସ ଅପେକ୍ଷା କରିବାକୁ ପଡିବ । କେନ୍ଦ୍ର ଏବଂ ରାଜ୍ୟ ସରକାର ସୁରକ୍ଷା ଦିଗ ପ୍ରତି ଧ୍ୟାନ ଦେଇ ବିଶାଳ ଜନସମାଗମ ଭଳି କାର୍ଯ୍ୟକ୍ରମ ବନ୍ଦ ରଖିବା ପାଇଁ ଆଇଏମଏ କହିଛି । ଏହି ପ୍ରେସ ବିବୃତିରେ ଆଇଏମଏ ସଭାପତି ଡାକ୍ତର କେ ଏ ଜୟଲାଲ ଏବଂ ମହାସଚିବ ଡାକ୍ତର ଜୟେଶ ଲେଲେଙ୍କ ସ୍ୱାକ୍ଷର ରହିଛି । ପର୍ଯ୍ୟଟନ ଓ ଧର୍ମାନୁଷ୍ଠାନ ଗୁଡ଼ିକ ଖୋଲିଦେବା ଦ୍ୱାରା ଏହା ତୃତୀୟ ଲହର ପାଇଁ ସୁପରସ୍ପ୍ରେଡର ହେବ ବୋଲି ଆଇଏମଏ ଚେତାବନୀ ଦେଇଛି ।
Powered by Froala Editor