ସୌନ୍ଦର୍ଯ୍ୟ ତ୍ଵଚା ପାଇଁ ଗୁଆ ଘିଅ

ଘିରେ ଥିବା ଦେଶୀଘିଅ ବା ଗୁଆଘିଅ ଯେ ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ସହାୟକ ହୋଇପାରେ- ଏକଥା ଅନେକ ଭାବି ନଥିବେ। ଏହା ସ୍ବାସ୍ଥ୍ୟ ପାଇଁ ଯେପରି ଉପକାରୀ, ସୌନ୍ଦର୍ଯ୍ୟ ତଥା ତ୍ବଚା ପାଇଁ ମଧ୍ୟ ସେପରି ଲାଭଦାୟକ। ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଘିଅକୁ ସିଧାସଳଖ ମୁହଁରେ ଲଗାଇ ହାଲ୍କା ମାଲିସ କରିପାରିବେ। ଏହା ଖୁବ୍ ଭଲ ପ୍ରଭାବ ପକାଇଥାଏ
ଘିଅରେ ଫେସ୍ପ୍ୟାକ୍ କରି ବ୍ୟବହାର କରିବା ସହଜ ଓ ଉପକାରୀ। ଏଥିପାଇଁ ଏକ ପାତ୍ରରେ କିଛି ସର ନେଇ ତା’ ଉପରେ ୨ଛୋଟ ଚାମଚ ଘିଅ ଏବଂ ଅଧା ଚାମଚ ମହୁ ମିଶାଇ ଦେବେ। ଏହାକୁ ଭଲଭାବେ ଗୋଳାଇସାରିବା ପରେ ଚିମୁଟାଏ ହଳଦୀ ପକାଇ ଆଉଥରେ ଗୋଳାଇଦେବେ। ଏହି ମିଶ୍ରଣକୁ ମୁହଁରେ ଲଗାଇ ଅଧଘଣ୍ଟା ରଖିବା ପରେ ଧୋଇ ଦିଅନ୍ତୁ। ଲଗାଇବା ପୂର୍ବରୁ ମଧ୍ୟ ମୁହଁ ଧୋଇ ସଫା କରିଦେବା ଭଲ। ସପ୍ତାହକୁ ଦୁଇଥର ଏହି ଫେସ୍ପ୍ୟାକ୍ ବ୍ୟବହାର କରିପାରିବେ। ଲଗାଇବା ପୂର୍ବରୁ ଏସବୁ ସାମଗ୍ରୀ ତ୍ବଚାରେ କୌଣସି ପ୍ରତିକ୍ରିୟା କରୁଛି କି ନା ଦେଖିନେବା ଜରୁରୀ।
Powered by Froala Editor