ଚନ୍ଦ୍ର ଯୋଗୁଁ ୨୦୩୦ରେ ଆସିପାରେ ପ୍ରଳୟଙ୍କରୀ ବନ୍ୟା
ଚନ୍ଦ୍ର କାରଣରୁ ଆସିପାରେ ବଡ଼ ବନ୍ୟା । ଏଭଳି ଅଧ୍ୟନ କରିଛି ଆମେରିକାର ସ୍ପେସ୍ ଏଜେନ୍ସି ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ୍ ବା ନାସା । ଜଳବାୟୁ ପରିବର୍ତ୍ତନ ହେତୁ ୨୦୩୦ ମସିହାରେ ସମୁଦ୍ରର ଜଳସ୍ତର ବୃଦ୍ଧି ସହିତ ଚନ୍ଦ୍ରର କକ୍ଷପଥରେ ଦୋଦୁଲ୍ୟମାନ ହେବ ଯାହା ଫଳରେ ପୃଥିବୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରିବ। ନାସାର ଏହି ଅଧ୍ୟୟନ ରିପୋର୍ଟ ଜୁନ ୨୧ରେ ପ୍ରକୃତି ଜଳବାୟୁ ପରିବର୍ତ୍ତନ ପତ୍ରିକାରେ ପ୍ରକାଶିତ ହୋଇଛି। ଅଧ୍ୟୟନରେ, ଚନ୍ଦ୍ରରେ ହଲଚଲ୍ ହେତୁ ପୃଥିବୀରେ ଆସିବାକୁ ଥିବା ବନ୍ୟା ପରିସ୍ଥିତିକୁ ‘ବନ୍ୟା ଉପଦ୍ରବ’(nuisance floods) କୁହାଯାଇଛି। ଏହି ପ୍ରକାର ବନ୍ୟା ଉପକୂଳବର୍ତ୍ତୀ ଅଞ୍ଚଳରେ ଘଟିଥାଏ, ଯେତେବେଳେ ସମୁଦ୍ରର ତରଙ୍ଗ ହାରାହାରି ଦୈନିକ ଉଚ୍ଚତାଠାରୁ ୨ ଫୁଟ ଅଧିକ ଉଚ୍ଚତାରେ ଉଠେ।
ନାସାର ପ୍ରଶାସକ ବିଲ୍ ନେଲସନ କହିଛନ୍ତି, ସମୁଦ୍ର ଜଳ ପତ୍ତନ ବୃଦ୍ଧି ହେତୁ ସମୁଦ୍ର ପତନଠାରୁ ତଳେ ଥିବା ଅଂଚଳରେ ବିପଦ କ୍ରମାଗତ ଭାବେ ବଢ଼ୁଛି ଏବଂ ବାରମ୍ବାର ବନ୍ୟା ହେତୁ ଲୋକମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଗାମୀ ଦିନରେ ଏହା ବୃଦ୍ଧି ପାଇବ। ସେ କହିଛନ୍ତି, “ଚନ୍ଦ୍ରର କକ୍ଷପଥରେ ପରିବର୍ତ୍ତନ ହେତୁ ମାଧ୍ୟାକର୍ଷଣ , ସମୁଦ୍ର ପତ୍ତନ ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ମିଳିତ ଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବ।”
Powered by Froala Editor