ବିରଳ ଅସ୍ତ୍ରୋପଚାର ପରେ ପାଟିରୁ ବାହାରିଲା ୮୨ ଦାନ୍ତ

ଜଣେ ଯୁବକର ପାଟିରେ ବିରଳ ଅସ୍ତ୍ରୋପଚାର କରି ଡାକ୍ତରମାନେ ୮୨ଟି ଦାନ୍ତ ବାହାର କରିଛନ୍ତି । ଯୁବକ ଜଣକ ବିହାରର ନୀତିଶ କୁମାର(୧୭) । ସେ ଦୀର୍ଘ ଦିନ ଧରି କଷ୍ଟ ପାଉଥିଲେ । ଧିରେ ଧିରେ ପାଟିର ଦୁଇ ପାଶ୍ୱର୍ ବଢିବାକୁ ଲାଗିଲା । ଶେଷରେ ଟ୍ୟୁମର ଥିବା ଜଣାପଡିବା ପରେ ଡାକ୍ତର ଅସ୍ତ୍ରୋପଚାର କରିଛନ୍ତି ।
ଜଣାଯାଇଛି ଯେ, ନୀତିଶ ବିରଳ ତଥା ଜଟିଳ ଓଡୋନଟୋମାରେ ଆକ୍ରାନ୍ତ ହୋଇଥିଲେ। ଏହା ମାଢିର ଏକ ବିରଳ ଟ୍ୟୁମର ରୋଗ। ଗତ ପାଞ୍ଚବର୍ଷ ଧରି ସେ ଏଥିରେ ଆକ୍ରାନ୍ତ ହୋଇ ଅନେକ ଚିକିତ୍ସା କରାଇଥିଲେ। କିନ୍ତୁ କିଛି ସୁଫଳ ନମିଳିବାରୁ ସେ ବିଶେଷଜ୍ଞ ଡାକ୍ତରଙ୍କୁ ଦେଖାଇଥିଲେ। ତାହା ପରୀକ୍ଷା ନିରୀକ୍ଷା କରିବା ପରେ ଟ୍ୟୁମର ଭିତରେ ଦାନ୍ତ ଭଳି କିଛି ରହିଥିବା ଜଣାପଡିଲା ଏବଂ ଡାକ୍ତରମାନେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ। ଦୀର୍ଘ ତିନିଘଣ୍ଟା ଅସ୍ତ୍ରୋପଚାର କରାଯିବା ପରେ ଉକ୍ତ ଟ୍ୟୁମର ଭିତରୁ ୮୨ଟି ଦାନ୍ତ ବାହାରିଥିଲା। ଏବେ ନୀତିଶ ସୁସ୍ଥ ଅଛନ୍ତି । ଏହା ଏକ ବିରଳ ରେକର୍ଡ ବୋଲି କୁହାଯାଉଛି ।
Powered by Froala Editor