ଭାରତରେ ପ୍ରତି ଦେଢ଼ ମିନିଟରେ ଜଣେ କରୋନା ସଂକ୍ରମିତ ମୃତ
ନୂଆଦିଲ୍ଲୀ : ଭାରତରେ ପ୍ରତି ଦେଢ଼ ମିନିଟରେ ଜଣେ କରୋନା ସଂକ୍ରମିତଙ୍କ ମୃତୁ୍ୟ ହେଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟରୁ ସ୍ପଷ୍ଟ ହୋଇଛି ସଂକ୍ରମଣ କମିଛି ହେଲେ ବିପଦ ଟଳିନାହିଁ । ବିଶ୍ୱରେ ଏହି ଭାଇରସ ରୂପ ବଦଳାଉଥିବାରୁ ଏହା ମଧ୍ୟ ଚିନ୍ତା ବଢ଼ାଇଛି । ଦେଶର ବିଭିନ୍ନ ରାଜ୍ୟ ନିଜ ହିସାବକୁ ନେଇ ଅନଲକ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ହେଲେ ସର୍ବସାଧାରଣ ସ୍ଥାନମାନଙ୍କରେ ଲୋକଙ୍କ ଅସମ୍ଭବ ଭିଡ଼କୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଗୃହ ମନ୍ତ୍ରାଳୟ ପାଇଁ ଚିନ୍ତାର କାରଣ ହୋଇଛି ।
ମହାରାଷ୍ଟ୍ରରେ ମୃତକଙ୍କ ସଂଖ୍ୟା ସବୁଠାରୁ ଅଧିକ । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରର କେତେକ ଜିଲ୍ଲାରେ ୪୯୫ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । କେରଳରେ ମୃତୁ୍ୟ ସଂଖ୍ୟା ୧୦୯ ଛୁଇଁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି ଭାରତରେ ସଂକ୍ରମିତଙ୍କ ମୃତୁ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହାଛଡ଼ା ପାଖାପାଖି ଦୁଇ ମାସ ବିନାଶ ଘଟାଇବା ପରେ ସଂକ୍ରମଣ ମାମଲା ନିର୍ଦ୍ଧିଷ୍ଟ ସ୍ତରରେ ଅଟକି ରହିବା ମଧ୍ୟ ଚିନ୍ତାର କାରଣ ହୋଇଛି । ଭାରତର ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ଏବଂ କେରଳରେ ଗଭୀର ଭାବେ ମନିଟରିଂ କରାଯାଉଛି । ସଂକ୍ରମଣ ଏହି ଦୁଇ ରାଜ୍ୟରୁ ଯେଭଳି ବାହାରକୁ ନ ବ୍ୟାପେ ସେଥିପ୍ରତି କଡ଼ା ନଜର ରଖାଯାଇଛି । ଦେଶର ପାଖାପାଖି ଅଧା ସଂକ୍ରମଣ ଏହି ଦୁଇ ରାଜ୍ୟରୁ ଆସୁଛି ।
Powered by Froala Editor