ଅମଲା ଏବଂ ପୁଲିସ ଅଧିକାରୀଙ୍କ ଅଭିଯୋଗ :ଉତ୍ତରପ୍ରଦେଶରେ ଶାସନ ଭୁଶୁଡ଼ି ପଡ଼ିଛି
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଶାସନ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ଆଇନ ଶୃଙ୍ଖଳା ସ୍ଥିତି ବିଗିଡି ଯାଇଛି । ଆଇନର ଭୟାବହ ଉଲ୍ଲଂଘନ ହୋଇଛି । ଶାନ୍ତିପୂର୍ଣ୍ଣ ଆନେ୍ଦାଳନ କରୁଥିବା ଆନେ୍ଦାଳନକାରୀଙ୍କୁ ପୁଲିସ ଅନ୍ୟାୟ ଭାବେ ବଳପୂର୍ବକ ଅଟକ ରଖୁଛି । ଆଇନ ଦ୍ୱାରା ମୁସଲିମ ପୁରୁଷମାନଙ୍କୁ ଲଭ ଜିହାଦ ପ୍ରସଙ୍ଗରେ ଟାର୍ଗେଟ କରାଯାଉଛି । ଗୋହତ୍ୟା ନାମରେ ଜାତୀୟ ସୁରକ୍ଷା ଆଇନ (ଏନଏସଏ)ର ଅପବ୍ୟବହାର ହେଉଛି ବୋଲି ପୂର୍ବତନ ବରିଷ୍ଠ ଅମଲା ଏବଂ ପୁଲିସ ଅଧିକାରୀମାନେ ଅଭିଯୋଗ କରିଛନ୍ତି । ପ୍ରାୟ ୭୪ ପୂର୍ବ ଅମଲା ଏବଂ ପୁଲିସ ଅଧିକାରୀ ସରକାରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣି ଖୋଲା ଚିଠି ଲେଖିଛନ୍ତି । ରାଜ୍ୟରେ ଶାସନଭାର ଭୁଶୁଡି ପଡିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ୨୦୦ ରୁ ଅଧିକ ପ୍ରମୁଖ ନାଗରିକମାନେ ଏହି ଚିଠିକୁ ସମର୍ଥନ ଦେଇଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଭୁଶୁଡି ପଡିଥିବା ସେମାନେ ଦାବି କରିଛନ୍ତି । କରୋନା ସଠିକ ଭାବେ ମୁକାବିଲା ହେବା ଉଚିତ ବୋଲି ଏହି ଚିଠିରେ କୁହାଯାଇଛି । ବରିଷ୍ଠ ଅମଲାମାନେ କହିଛନ୍ତି, ପ୍ରଶାସନ ଓ ପୁଲିସ ବ୍ୟବସ୍ଥା ଭୁଶୁଡି ପଡ଼ିଛି । ଯଦି ବର୍ତ୍ତମାନ ସ୍ଥିତିରେ ଏହାକୁ ନିୟନ୍ତ୍ରଣ କରାନଯାଏ ତେବେ ଆଗକୁ ସରକାରୀ ନୀତି ଏବଂ ଅନୁଷ୍ଠାନ ନଷ୍ଟ ହେବା ଦ୍ୱାରା ଗଣତନ୍ତ୍ର ବି ଭୁଶୁଡ଼ି ପଡ଼ିବ ।
Powered by Froala Editor