୧୯ରୁ ସଂସଦର ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ : ଚଳିତ ମାସ ୧୯ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ମୌସୁମୀ ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟଦିବସ ରହିବ ବୋଲି ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି । ଅଗଷ୍ଟ ୧୩ ତାରିଖରେ ଅଧିବେଶନ ଶେଷ ହେବ । ମହାମାରୀ ଏବେ ବି ଜାରି ରହିଥିବାରୁ ସମସ୍ତ କରୋନା ନିୟମ ମାନି ଅଧିବେଶନ ଚାଲିବ । ସାମାଜିକ ଦୂରତା ଅବଲମ୍ବନ କରି ସଦସ୍ୟମାନେ ବସିବେ । ବାଚସ୍ପତି କହିଛନ୍ତି, କରୋନା ନିୟମାବଳୀ ସହ ସମସ୍ତ ସଦସ୍ୟ ଏବଂ ଗଣମାଧ୍ୟମକୁ ଗୃହରେ ପ୍ରବେଶ ଅନୁମତି ମିଳିବ । ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ ନୁହେଁ । କିନ୍ତୁ ଯେଉଁମାନେ ଟିକା ନେଇନାହାନ୍ତି ସେମାନଙ୍କୁ ଆମେ ଟେଷ୍ଟ ପାଇଁ ଅନୁରୋଧ କରିବୁ ବୋଲି ବିର୍ଲା କହିଛନ୍ତି । ସଂସଦ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ବିର୍ଲା କହିଛନ୍ତିା, ଏଯାବତ ୩୨୩ ସଂସଦ ସମ୍ପୂର୍ଣ୍ଣ ଟିକା ନେଇ ସାରିଛନ୍ତି । ଅନ୍ୟ ପକ୍ଷେ ୨୩ ଜଣ କିଛି ସ୍ୱାସ୍ଥ୍ୟଗତ କାରଣ ପାଇଁ ସେମାନଙ୍କ ପ୍ରଥମ ଡୋଜ ଟିକା ନେଇପାରିନାହାନ୍ତି । ଉଭୟ ଗୃହ ଏକ ସମୟରେ ଆରମ୍ଭ ହେବ । ଅଧିବେଶନ ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଉଲ୍ଲେଖଯୋଗ୍ୟ ମହାମାରୀ ଆରମ୍ଭ ଠାରୁ ସଂସଦର ୩ଟି ଅଧିବେଶନ କାଣ୍ଟଛାଣ୍ଟ କରାଯାଇଛି । ଗତବର୍ଷ ଶୀତ ଅଧିବେଶନ ବାତିଲ ହୋଇଛି । ମୌସୁମୀ ଅଧିବେଶନ ସାଧାରଣତଃ ଜୁଲାଇରେ ଆରମ୍ଭ ହୋଇଥାଏ । କିନ୍ତୁ ଗତବର୍ଷ ଏହି ଅଧିବେଶନ ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା ।
Powered by Froala Editor