ବଜ୍ରାଘାତ: ଗୋଟିଏ ଦିନରେ ୬୭ ଜଣଙ୍କ ମୃତ୍ୟୁ, ସେଲ୍ଫି ନେବାବେଳେ ଟଳି ପଡ଼ିଲେ ୧୧

ରାଜସ୍ଥାନରେ ବଜ୍ରାଘାତ ଯୋଗୁଁ ୨୦ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ୟୁପିରେ ୪୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ମଧ୍ୟପ୍ରଦେଶରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଜୟପୁର ଆମେର୍ ପ୍ୟାଲେସ ନିକଟରେ ସେଲ୍ଫି ନେବାବେଳେ ୧୧ ଜଣ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶୋକ ପ୍ରକାଶ କରିଛନ୍ତି। ଏହାସହିତ ସେମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି ।
ରାଜସ୍ଥାନ ରାଜଧାନୀରେ ଜୟପୁରରେ ପ୍ରବଳ ବର୍ଷା ହେଉଥିବା ବେଳେ ଲୋକମାନେ ଆମେର୍ ପ୍ୟାଲେସ ନିକଟ ଏକ ୱାଚ ଟାୱାରରେ ସେଲଫି ନେବାରେ ବ୍ୟସ୍ତ ଥିଲେ। ବଜ୍ରପାତ ସମୟରେ ୱାଚ ଟାୱାର ଓ ଦୁର୍ଗରେ ୨୭ ଜଣ ଲୋକ ଉପସ୍ଥିତ ଥିଲେ। ଆତଙ୍କିତ ଅବସ୍ଥାରେ ଟାୱାରରୁ ଡେଇଁପଡ଼ିବା ପରେ ଅନେକ ଆହତ ହୋଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ସମବେଦନା ଜଣାଇଛନ୍ତି। ମୋଦି କହିଛନ୍ତି ଯେ ରାଜସ୍ଥାନର କିଛି ଅଞ୍ଚଳରେ ବଜ୍ରପାତ ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆହତଙ୍କୁ ୫୦,୦୦୦ ଟଙ୍କା ସହାୟତା ପ୍ରଦାନ କରଯିବ ବୋଲି କୁହାଯାଇଛି।
Powered by Froala Editor