୨୪ଜିଲ୍ଲାରେ ଟିକାକରଣ ବନ୍ଦ
ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ ରାଜ୍ୟ ସରକାର ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି । ତେବେ ବର୍ତ୍ତମାନ ରାଜ୍ୟରେ ଟିକା ସଙ୍କଟ ଦେଖାଦେଇଛି । ଠିକଣା ସମୟରେ ଟିକା ନମିଳିବାରୁ ଅଧିକାଂଶ ଜିଲ୍ଲାରେ ଟିକାକରଣ ବନ୍ଦ ରହୁଛି । ଗତ କିଛି ଦିନ ହେଲା ୪ରୁ ୧୦ ଜିଲ୍ଲାରେ ଟିକାକରଣ ବନ୍ଦ ରହୁଥିବାବେଳେ ଆଜି ମୋଟ ୧୪ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିବା ଜଣାଯାଇଛି । ଯଦି ଟିକା ଅଭାବରୁ ଏମିତି ଗୋଟିଏ ଗୋଟିଏ ପରେ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ତେବେ କରୋନା ସହ ଲଢେଇ କେମିତି ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରାଜ୍ୟରେ ଟିକା ନଥିବାରୁ ଟୀକାକରଣରେ ବାଧାପ୍ରାପ୍ତ ହୋଇଛି । ରାଜ୍ୟରେ ଦୈନିକ ଭାବରେ ଅନେକ ସ୍ଥାନରେ ଟୀକାକରଣ ଠିକ ଭାବରେ ପରିଚାଳନା ହୋଇପାରୁନାହିଁ । ଟିକାର ଅଭାବ ହେତୁ ରାଜ୍ୟରେ ଆଜି ୨୪ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରଖାଯାଇଛି ।
୨୪ଟି ବନ୍ଦ ରହିଥିବା ଜିଲ୍ଲା ଗୁଡିକ ହେଲା ଅନୁଗୁଳ ବାଲେଶ୍ବର, ବଲାଙ୍ଗୀର, ବରଗଡ, ଭଦ୍ରକ, ବୌଦ୍ଧ, ଦେଓଗଡ, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନୟାଗଡ, ନୂଆପଡା, ପୁରୀ, ରାୟଗଡା ଓ ସୋନପୁର ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ ।ତେବେ ରାଜ୍ୟରେ ମୋଟ ୧ କୋଟି ୩୩ ଲକ୍ଷ ୩୪ ହଜାର ୨୭୩ ଟୀକାକରଣ କରାଯାଇଛି। ରାଜ୍ୟରେ କୋଭିସିଲଡ଼ ୪୦ ହଜାର ୪୬୦ ଡୋଜ ରହିଥିବା ବେଳେ ୩ ଲକ୍ଷ ୫୩ ହଜାର ୬୩୦ ଜଣ କୋଭାକ୍ସିନ ଡୋଜ ରହିଛି ।
Powered by Froala Editor