ଘର ଭିତରେ ପ୍ରଦୂଷଣ କମ୍ କରିବାର ଉପାୟ

ଅନେକଙ୍କ ଧାରଣା ଯେ ଆମେ ଘର କିମ୍ବା କାର୍ଯ୍ୟାଳୟ ଭିତରେ ରହିଲେ, ପ୍ରଦୂଷଣର କୌଣସି ଭୟ ନାହିଁ । ପ୍ରଦୂଷଣ ବ୍ୟାପିବାର କୌଣସି ନିର୍ଦ୍ଧିଷ୍ଟ ନୀତିନିୟମ ନଥିବା ବେଳେ ଯେ କୌଣସି ସ୍ଥାନକୁ ଏହା ବ୍ୟାପିଥାଏ । ଘର ଭିତରେ ରହିଲେ ନିଜ ସହ ପରିବାର ଲୋକଙ୍କୁ ସୁରକ୍ଷିତ ରଖିବେ କିପରି? ଏ ବାବଦରେ ବିଶେଷଜ୍ଞଙ୍କ ମତ ହେଲା କେତୋଟି ସରଳ ପଦକ୍ଷେପରେ ଆପଣଙ୍କ ଘର ଭିତରେ ଓ କାର୍ଯ୍ୟାଳୟ ମଧ୍ୟ ପ୍ରଦୂଷଣ ମୁକ୍ତ ରହିପାରିବ ।
ଫି୍ରଜ, ଏସି, ଟିଭି ଲ୍ୟାପଟପ, ରନ୍ଧନ ଗ୍ୟାସ, ରୁମ୍ ଫ୍ରେଶନର, ଫୋମ ସୋଫା, ସ୍ମାର୍ଟ ଫୋନ, ଡେସ୍କଟପ ଇତ୍ୟାଦି କାରଣରୁ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥାଏ । ସେ ସବୁ ମଧ୍ୟ ଆମ ନିଶ୍ୱାସପ୍ରଶ୍ୱାସରେ ଶରୀର ଭିତରକୁ ଯାଇ କ୍ଷତି ପହଞ୍ଚାଇଥାଏ । ଏସବୁ ଜିନିଷର ବ୍ୟବହାର କମ କରିହେବ କିନ୍ତୁ ସମ୍ପୂର୍ଣ୍ଣ ବନ୍ଦ କରିବା କାଠିକର କାମ ଅଟେ । କେବଳ ଘର ବାଲକୋନି କିମ୍ବା ଛାତ ଉପରେ ଗଛ ନ ଲଗାଇ ବରଂ ଘର ଭିତରେ ମଧ୍ୟ କୁଣ୍ଡ ରଖି ଗଛ ଲଗାଇବା ଉଚିତ ।
ରୁମ ଫ୍ରେଶନର ବ୍ୟବହାର କରିବା ପରିବର୍ତ୍ତେ ତୁଳସୀ, ପୋଦିନା ଗଛ ଘରର କୌଣସି ଏକ କୋଣରେ ରଖିପାରିବେ । ଏସବୁ ଗଛ ପାଇଁ ଅଧିକ ବଡ଼ କୁଣ୍ଡର ଆବଶ୍ୟକତା ମଧ୍ୟ ନାହିଁ ।
ଘର ଭିତରକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଘି କୁଅାଁରୀ, ସ୍ନେକ ପ୍ଲାଣ୍ଟ, ସ୍ପାଇଡର ପ୍ଲାଣ୍ଟ, ମନି ପ୍ଲାଣ୍ଟ, ଇତ୍ୟାଦି ଗଛ ରଖିପାରିବେ । ଏହି ଗଛଗୁଡ଼ିକ ଏୟାର ପୁ୍ୟରିଫାୟର’ ପରି କାମ କରେ । ଅଙ୍ଗାରକାମ୍ଳକୁ ଶୋଷିବା ସହ ଚତୁର୍ଦ୍ଧିଗରେ ପ୍ରଦୂଷଣ କମ୍ କରିଥାଏ ।
ବିଶେଷଜ୍ଞଙ୍କ ମତରେ ଘର ଭିତରେ ଯଦି ଅଧିକ ସଂଖ୍ୟାରେ ଯନ୍ତ୍ର ଅଛି (ଯେପରି ଫି୍ରଜ, ଟିଭି, ୱାସିଙ୍ଗ ମେସିନ ଇତ୍ୟାଦି) ପ୍ରତି ୧୦୦ ବର୍ଗଫୁଟରେ ୬ଟି ଇନଡୋର ପ୍ଲାଣ୍ଟ ଲଗାଇବା ଆବଶ୍ୟକ ।
Powered by Froala Editor