୧୭ରୁ ୫ ଦିନ ଯାଏ ଖୋଲିବ ସାବରିମାଲା ଆୟାପ୍ପାଙ୍କ ମନ୍ଦିର

ଆସନ୍ତା ୧୭ରୁ ୨୧ ତାରିଖ ୫ ଦିନ ସାବରିମାଲାସ୍ଥିତ ପ୍ରଭୁ ଆୟାପ୍ପାଙ୍କ ପାର୍ବତ୍ୟ ଧର୍ମପୀଠ ଖୋଲିବ । ମନ୍ଦିରର ମାସିକ ପୂଜା ପାଇଁ ଏହାକୁ ସୀମିତ ସମୟ ପାଇଁ ଖୋଲଯିବ । ତେବେ କେରଳରେ ସଂକ୍ରମଣ ଥମିନଥିବାରୁ ତୀର୍ଥଯାତ୍ରୀଙ୍କ ଦର୍ଶନରେ କଟକଣା ଜାରି କରାଯାଇଛି । ମନ୍ଦିର ପରିଚାଳନା କରୁଥିବା 'ଟ୍ରାଓ୍ଵାଙ୍କୋର୍ ଦେବସ୍ୱମ୍ ବୋର୍ଡ' (ଟିଡିବି) କହିଛି ଯେ, କରୋନା ମହାମାରୀ ଦୃଷ୍ଟିରୁ ତୀର୍ଥ ଦର୍ଶନ ପାଇଁ ଆସୁଥିବା ତୀର୍ଥ ଯାତ୍ରୀମାନେ ଟିକା ପ୍ରମାଣପତ୍ର କିମ୍ବା ୪୮ ଘଣ୍ଟା ମଧ୍ୟରେ କରାଯାଇଥିବା 'ଆର୍ଟି-ପିସିଆର୍' ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି । ନଚେତ୍ ସେମାନଙ୍କୁ ତୀର୍ଥ ଯାତ୍ରା ସୁଯୋଗ ଦିଆଯିବ ନାହିଁ। ଅନଲାଇନ ପୋର୍ଟାଲ ମାଧ୍ୟମରେ ବୁକିଂ କରାଯାଇଥିବା କେବଳ ୫ ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ଦିଆଯିବ ।
Powered by Froala Editor