ଅନ୍ତରୀକ୍ଷକୁ ଉଡ଼ାଣ ଭରିଲେ ଶିରିଶା ବାନ୍ଦଲା ଓ ତାଙ୍କ ଟିମ୍
ଭର୍ଜିନ୍ ଗାଲାକ୍ଟିକ୍ର ୟୁନିଟ୍-୨୨ରୁ ଅନ୍ତରୀକ୍ଷକୁ ଉଡାଣ ଭରିଛନ୍ତି ଭାରତୀୟ ବଂଶୋଭବ ଶିରିଶା ବାନ୍ଦଲା ଓ ତାଙ୍କ ଟିମ୍ । ଶିରିଶା ବାନ୍ଦଲା, ରିଚାର୍ଡ ବ୍ରେନ୍ସନ୍ଙ୍କ ସ୍ପେସ୍ କମ୍ପାନୀ ଭର୍ଜିନ୍ ଗାଲାକ୍ଟିକ୍ର ମହାକାଶ ଯାନ VSS unityରେ ବସି ଅନ୍ତରୀକ୍ଷକୁ ଯାତ୍ରା ଆରମ୍ଭ କରିଛନ୍ତି ।
ବ୍ରେନ୍ସନ୍ଙ୍କ ଟିମ ଯାଉଥିବା ୟୁନିଟିକୁ VMS Eve ଉପରେ ଲଗାଯାଇଛି । ଯାହାକି ୫୦ ହଜାର ଫୁଟ ଉପରକୁ ଯାଇ ମୁଖ୍ୟ ୟୁନିଟିକୁ ଛାଡିଥିଲା । ଅନ୍ତରୀକ୍ଷର ଏହି ଯାତ୍ରା ପରେ VSS Unity ସ୍ପେସ୍ପୋର୍ଟରେ ଲ୍ୟାଣ୍ଡ କରିବ । ସ୍ପେସ୍ପୋର୍ଟରୁ ଲଞ୍ଚ୍ ଠାରୁ ଲ୍ୟାଣ୍ଡି ଯାଏଁ ମୋଟ ୯୦ ମିନିଟର ସମୟ ରହିବ । ୟୁନିଟି ପ୍ରାୟ ୪ ମିନିଟ୍ ଯାଏଁ ପୃଥିବୀର ତଳ କକ୍ଷରେ ରହିବେ । ଏହି ସମୟରେ ମହାକାଶଚାରୀମାନେ ଶୂନ୍ୟ ମାଧ୍ୟାକର୍ଷଣ ଶକ୍ତି ଅନୁଭବ କରିପାରିବେ । ରିଚାର୍ଡ ବ୍ରେନ୍ସନ୍ଙ୍କ ସମେତ ତାଙ୍କ ଟିମରେ ମୁଖ୍ୟ ମହାକାଶ ଉପଦେଷ୍ଟା ବେଥ୍ ମୋସେସ୍, ଅପରେସନ୍ ଇଞ୍ଜିନିୟର କୋଲିନ ବେନେଟ୍ ଏବଂ ଭର୍ଜିନ୍ ଗାଲାକ୍ଟିକ୍ କମ୍ପାନୀର ଉପ ସଭାପତି ସିରିଶା ବାନ୍ଦଲା ରହିବେ । VSS Unityକୁ ଡେବ୍ ମୈକେ ଏବଂ ମାଇକେଲ ମାସୁସୀ ଉଡାଇବେ ଏବଂ VMS Eve ଯାନକୁ ସିଜି ସଟ୍ରକୋବ ଏବଂ କେଲୀ ଲେଟିମର ଉଡାଇବେ ।
ରିଚାର୍ଡ ବ୍ରେନ୍ସନ୍ଙ୍କ ଟିମରେ ମୋଟ ୬ ଜଣ ମହାକାଶଚାରୀ ଅଛନ୍ତି । ଶିରିଶା ବାନ୍ଦଲା ହେଉଛନ୍ତି ଭର୍ଜିନ୍ ଗାଲାକ୍ଟିକ୍ କମ୍ପାନୀର ଗଭର୍ଣ୍ଣମେଣ୍ଟ ଆଫେୟାର୍ସ ଆଣ୍ଡ ରିସର୍ଚ୍ଚ ଅପରେସନ୍ର ଉପ ସଭାପତି । ମାତ୍ର ୬ ବର୍ଷ ମଧ୍ୟରେ ସେ ଏତେବଡ କମ୍ପାନୀରେ ବରିଷ୍ଠ ପଦବୀରେ ରହିଛନ୍ତି । ଚତୁର୍ଥ ଭାରତୀୟ ଭାବେ ଏହି ଗୌରବ ହାସଲ କରିଛନ୍ତି ସେ । ଶିରିଶାଙ୍କ ପୂର୍ବରୁ ୩ ଜଣ ଭାରତୀୟ ମହାକାଶ ଯାତ୍ରା କରିଥିଲେ । ଶିରିଶା ବାନ୍ଦଲାଙ୍କ ପୂର୍ବରୁ ମହାକାଶଚାରୀ ରାକେଶ ଶର୍ମା, କଳ୍ପନା ଚାଓ୍ବଲା ଏବଂ ସୁନୀତା ଓ୍ବିଲିୟମସ୍ ମହାକାଶକୁ ଯାତ୍ରା କରିଥିଲେ ।
Powered by Froala Editor