ଦୁଇରୁ ଅଧିକ ସନ୍ତାନ ଥିଲେ ପାଇପାରିବେ ନାହିଁ ସରକାରୀ ସୁବିଧାସୁଯୋଗ
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାର ଏକ ନୂଆ ଚିଠା ବିଲ ଆଣିଛନ୍ତି । ଚିଠା ବିଲରେ ଥିବା ଏକ ବ୍ୟବସ୍ଥା ଅନୁଯାୟୀ ଦୁଇରୁ ଅଧିକ ସନ୍ତାନ ଥିଲେ ବିଭିନ୍ନ ସରକାରୀ ସୁବିଧାସୁଯୋଗ ପାଇପାରିବେ ନାହିଁ । ସେମାନେ ସରକାରୀ ଚାକିରି ପାଇଁ ଆବେଦନ ବି କରିପାରିବେ ନାହିଁ । ଏପରିକି ସ୍ଥାନୀୟ ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ । ନୂଆ ପ୍ରସ୍ତାବ ଅନୁଯାୟୀ ଯେଉଁ ସରକାରୀ କର୍ମଚାରୀଙ୍କର ୨ ସନ୍ତାନ ଥିବେ ସେମାନଙ୍କ ଚାକିରି କାଳରେ ୨ ଥର ଅତିରିକ୍ତ ଦରମା ବୃଦ୍ଧି ହେବ ଏବଂ ଜାତୀୟ ପେନସନ ଯୋଜନା ଅଧୀନରେ ଇପିଏଫରେ ୩ ପ୍ରତିଶତ ବୃଦ୍ଧି ହେବ । ଘର କିମ୍ବା ଜାଗା କିଣିବାରେ ସବସିଡି ସୁବିଧା ମିଳିପାରିବ । ଯେଉଁମାନେ ସରକାରୀ କର୍ମଚାରୀ ହୋଇନଥିବେ, କିନ୍ତୁ ୨ ସନ୍ତାନ ନୀତି ପାଳନ କରିଥିବେ ସେମାନଙ୍କୁ ପାଣି ଏବଂ ବିଜୁଳି ବିଲରେ ରିହାତି, ଗୃହ ଖଜଣା, ଗୃହ ଋଣ ଆଦି କ୍ଷେତ୍ରରେ ରିହାତି ରହିଛି । ଅନ୍ୟପକ୍ଷେ ୨ ସନ୍ତାନ ନୀତିକୁ ଉଲ୍ଳଂଘନ କଲେ କୌଣସି ସରକାରୀ ସୁବିଧା ସୁଯୋଗ ମିଳିବନି । ପରିବାରରେ ୪ ଜଣଙ୍କ ପାଇଁ ରାସନ କାର୍ଡ ସୁବିଧା ସୀମିତ ରହିବ ।
Powered by Froala Editor