ଆତଙ୍କୀ ଲିଙ୍କ୍: ଜମ୍ମୁ-କାଶ୍ମୀର ଓ ଲଖନଉରେ ଚଢ଼ଉ

ଆତଙ୍କୀ ଲିଙ୍କ୍ ଥିବା ଅଭିଯୋଗରେ ଆଜି ଦୁଇଟି ସ୍ଥାନରେ ଚଢ଼ଉ କରାଯାଇଛି । ଜମ୍ମୁ-କାଶ୍ମୀରର ୯ଟି ସ୍ଥାନରେ ଏନ୍ଆଇଏ ଚଢ଼ାଉ କରିଛି। ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ସମ୍ପର୍କ ଥିବା ଅଭିଯୋଗରେ ଏନଆଇଏ ୬ ଜଣଙ୍କୁ ଗିରଫ କରିଛି। ଅନନ୍ତନାଗର ଚାରୋଟି ସ୍ଥାନରୁ ୫ ଜଣ ଏବଂ ଶ୍ରୀନଗରରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ୬ଜଣ ବ୍ୟକ୍ତି ଆଫଗାନିସ୍ତାନ ଯିବାକୁ ଚେଷ୍ଟା କରୁଥିଲେ। ଦାରୁଲ ଉଲୁମ୍ ଇନ୍ଷ୍ଟିଚୁୁ୍ୟଟ୍ ଉପରେ ମଧ୍ୟ ଏନ୍ଆଇଏ ଚଢ଼ାଉ କରିଛି। ଲାପଟପ୍ ସମେତ ଅନେକ ଡକ୍ୟୁମେଣ୍ଟ ଜବତ କରିଛି ଅନୁସନ୍ଧାନକାରୀ ସଂସ୍ଥା। ଦାରୁଲ ଉଲୁମ ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କୁ ମଧ୍ୟ ଗିରଫ କରାଯାଇଛି।
ସେହିପରି ଉତ୍ତରପ୍ରଦେଶର ଲଖନଉରେ ଆତଙ୍କବାଦୀ ଥିବାର ଖବର ମିଳିବା ପରେ ଏଟିଏସ ଏକ ଘର ଉପରେ ଚଢ଼ାଉ କରିଛି । ଉତ୍ତରପ୍ରଦେଶ ଏଟିଏସ୍ ଲଖନଉର ମେଗନୋ ବେଲ୍ଟ କାକୋରିରେ ଥିବା ଏକ ଘରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ପାଇବା ପରେ ଏହାକୁ ଘେରିଥିଲେ। ତେବେ ଏହି ଘରୁ କେହି ଆତଙ୍କବାଦୀ ମିଳିନଥିବାବେଳେ ଏଟିଏସ୍ ଦୁଇଟି ପ୍ରେସର କୁକର ବୋମା ଏବଂ ଏକ ଅର୍ଦ୍ଧ ନିର୍ମିତ ଟାଇମ ବୋମା ଉଦ୍ଧାର କରିଛି।
ଏହି ଘରେ କିଏ ରହୁଥିଲେ ଓ କେଉଁମାନେ ଏହି ବୋମା ରଖିଥିଲେ ସେ ନେଇ ସୂଚନା ମିଳିନାହିଁ । ଅନୁସନ୍ଧାନ ବେଳେ ଏଟିଏସ୍ ଏହି ଘରୁ ଦୁଇଟି ପ୍ରେସର କୁକର ବୋମା ଏବଂ ଏକ ଅଧା ତିଆରି ହୋଇଥିବା ଟାଇମ ବୋମା ପାଇଥିଲା। ଏଥିସହ ସାତରୁ ଆଠ କିଲୋଗ୍ରାମ ବୋମା ତିଆରି ସାମଗ୍ରୀ ମଧ୍ୟ ଜବତ କରିଛି ।
Powered by Froala Editor