କୋଲେଷ୍ଟରଲ କମାଏ ଅଁଳାରସ

ସକାଳେ ଚାମୁଚେ ଅଁଳାରସ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହା ରକ୍ତ ସଞ୍ଚାଳନ ବୃଦ୍ଧି କରିବା ସହିତ କୋଲେଷ୍ଟରଲ ସ୍ତର ହ୍ରାସ କରେ। ଫଳରେ ରକ୍ତଚାପରୁ ମିଳିଥାଏ ମୁକ୍ତି। ପିପ୍ପଳୀ ସହିତ ସୈନ୍ଧବ ଲୁଣ ଏକତ୍ର ଚୂର୍ଣ୍ଣ କରି ସେଥିରେ ଅଁଳାରସ ମିଶାଇ ଉଷୁମ ଜଳ ସହିତ ସେବନ କଲେ ବଦହଜମି, ଅମ୍ଳ, ହାକୁଟି, ପେଟଫମ୍ପା ଆଦି ଭଲ ହୁଏ। ନିୟମିତ ଏହାକୁ ପିଇଲେ ଥଣ୍ଡାରୁ ମୁକ୍ତି ମିଳିଥାଏ। ଏହା ପାଚନ କ୍ରିୟାକୁ ସ୍ବାଭାବିକ କରିଥାଏ। ଅଁଳାରସରେ ମହୁ ମିଶାଇ ସକାଳେ ଓ ସନ୍ଧ୍ୟାରେ ଖାଇଲେ ହୃଦ୍ରୋଗ ଭଲ ହୁଏ। ଅଁଳାରସ ପିଇଲେ ନପୁଂଷକତା ସମସ୍ୟା ଦୂର ହୁଏ। ଅଁଳାରସ ସହିତ ନିମ୍ବପତ୍ର ଚୂର୍ଣ୍ଣ ମିଶାଇ ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ ଖାଇଲେ ୩ ରୁ ୪ ମାସରେ କୁଷ୍ଠରୋଗ ଭଲ ହୋଇଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି।
Powered by Froala Editor