ସୁନ୍ଦର ନଖ ପାଇଁ ଆପଣାନ୍ତୁ ଏହି ଉପାୟ
![ସୁନ୍ଦର ନଖ ପାଇଁ ଆପଣାନ୍ତୁ ଏହି ଉପାୟ](https://odishanewslens.com/news_gallery/3721_1625976633.jpg)
ହାତର ଆଙ୍ଗୁଳିର ସୁନ୍ଦରତା ସୁନ୍ଦର ନଖରୁ ହୋଇଥାଏ । ଆପଣଙ୍କ ଆଙ୍ଗୁଳି ସେତେବେଳେ ସୁନ୍ଦର ଲାଗେ ଯେତେବେଳେ ଆପଣଙ୍କ ନଖ ସୁନ୍ଦର, ମଜବୁତ ଓ ଚମକଦାର ଦେଖାଥାଏ । କିନ୍ତୁ ବହୁ ସମୟରେ ମହିଳାମାନେ ନିଜ ନଖର ଯତ୍ନ ନେବାକୁ ଭୁଲିଯାନ୍ତି । ଫଳରେ ନିଖ ଗୁଡ଼ିକ ଅଧାରୁ ଭାଙ୍ଗିଯିବା ସହିତ ଅସୁନ୍ଦର ଦେଖାଯାଏ । ନଖ ମଧ୍ୟ ଠିକ୍ରେ ବଢେ଼ ନାହିଁ । ନଜର ନଖକୁ ସୁନ୍ଦର ରଖିବା ଆଙ୍ଗୁଳି ପାଇଁ ନିହାତି ଜରୁରୀ । ତେଣୁ କିପରି ନିଜର ନଖକୁ ସୁନ୍ଦର ରଖିବେ ସେ ବିଷୟରେ ଜାଣିବା ।
ରସୁଣ ଓ ନଡ଼ିଆ ତେଲରେ ପ୍ରସ୍ତୁତ ସେରମ ନଖକୁ ମଜବୁତ ରଖିବାରେ ସହାୟକ ହୋଇଥାଏ । ୫ରୁ ୬ଟା ରସୁଣ କୋଲାକୁ ଛୋଟ ଛୋଟ କରି କାଟି ଗୋଟିଏ ପାତ୍ରରେ ରଖି ଦିଅନ୍ତୁ । ଉକ୍ତ ରସୁଣରେ ନଡ଼ିଆ ତେଲ ମିଶାଇ ଦିଅନ୍ତୁ । ଏହାକୁ ଭଲ ଭାବରେ ଗୋଳାଇ ଦେଇ ରାତି ସାରା ଘୋଡ଼ାଇ ରଖିଦିଅନ୍ତୁ । ତା’ପର ଦିନ ଏହାକୁ ଯେକୌଣସି ବୋତଲରେ ରଖିଦିଅନ୍ତୁ । ପ୍ରସ୍ତୁତ ହୋଇଯିବ ନେଲ ଗ୍ରୋଥ ସେରମ । ଏହାକୁ ରାତିରେ ଶୋଇବା ପୂର୍ବରୁ ଲଗାଇବେ । ଯାହା ଦ୍ୱାରା ଆପଣଙ୍କୁ ବାରମ୍ବାର ହାତ ଧୋଇବାର ସମସ୍ୟା ରହିବ ନାହିଁ । ସେରମ୍ର କିଛି ବୁନ୍ଦା ନଖ ଉପରେ ପକାଇ ତାହାକୁ ଭଲ ଭାବରେ ମାଲିସ କରନ୍ତୁ । ଦେଖିବେ କିଛି ଦିନରେ ଆପଣଙ୍କ ନଖ ମଜବୁତ ହେବା ସହିତ ସୁନ୍ଦର ଦେଖାଯିବ । ଏଥିରେ ଫଟିକ ଏସିଡ, ଆଣ୍ଟିଅକ୍ସିଡେଣ୍ଟ ଭରପୁର ମାତ୍ରାରେ ମିଳେ ଯାହା ନଖକୁ ସୁରକ୍ଷିତ କରିବା ସହିତ ମଜବୁତ ରଖେ । ଆପଣ ନିଜ ନଖକୁ କଟା ହୋଇଥିବା ରସୁଣରେ ମଧ୍ୟ ମାଲିସ କରିପାରିବେ । ସେହିପରି ଅଲିଭ ତେଲ ଓ ନଡ଼ିଆ ତେଲରେ ଭିଟାମିନ ଇ ଭରପୁର ମାତ୍ରାରେ ମିଳେ । ଏହା ଏପରି ଏକ ପୋଷକ ତତ୍ତ୍ୱ ଯାହା ଆପଣଙ୍କ ନଖ ଓ ଆଙ୍ଗୁଳିର ତ୍ୱଚାକୁ ମଶ୍ଚରାଇଜ କରିବା ସହ ମଜବୁତ କରେ ।
Powered by Froala Editor