ହଳ ପାଇଁ ବଳଦ ସାଜିଲେ ଦୁଇ ଝିଅ

ଧରୱାଡ : ଲଙ୍ଗଳରେ ବଳଦ ଯୋଚାଯାଏ । ଚାଷୀ ହଳ କରେ । କିନ୍ତୁ ବଳଦ କିଣିବା ପାଇଁ ଟଙ୍କା ନଥିବାରୁ ଦୁଇ ଝିଅଙ୍କୁ ବଳଦ ଭଳି ଚାଷ କରାଇବାକୁ ବାଧ୍ୟ ହୋଇଛନ୍ତି ଜଣେ ଚାଷୀ । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
କର୍ଣ୍ଣାଟକର ଧରୱାଡ ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ ବାପାଙ୍କୁ ହଳ କରିବାରେ ଦୁଇ ଝିଅଙ୍କ ସହାୟତା ଏବେ ଚର୍ଚ୍ଚାର ବିଷୟ ହୋଇଛି । କଲପା ଜବୁର ନାମକ ଜଣେ ଚାଷୀଙ୍କ ହଳରେ ତାଙ୍କର ଦୁଇ ଝିଅ ମେଘା ଓ ସାକ୍ଷୀ ବଳଦ ଭୂମିକା ତୁଲାଇବାରେ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । କଲପା ନିଜ ଜମିରେ ସୋୟାବିନ ଚାଷ କରିଛନ୍ତି । ଇତି ମଧ୍ୟରେ ତାଙ୍କ ଦେହ ଅସୁସ୍ଥ ହେବାରୁ ଅସ୍ତ୍ରୋପଚାର ଚିକିତ୍ସା ବାବଦରେ ବହୁ ଅର୍ଥ ବ୍ୟୟ ହୋଇଛି । ଅର୍ଥଭାବ ଯୋଗୁଁ ଚାଷ ଆଗେଇନେବା ସମ୍ଭବ ହେଉନାହିଁ । ସେ ଯେତେବେଳେ ଜମିକୁ ହଳ ନେବା ପାଇଁ ଚିନ୍ତାକଲେ ଦୁଇ ଝିଅ ତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ । ବଳଦ ବଦଳରେ ମେଘା ଓ ସାକ୍ଷୀ ହଳ ଭିଡିଲେ । ବଡ଼ ଝିଅ ମେଘା କମ୍ପୁ୍ୟଟର ସାଇନ୍ସରେ ଡିପ୍ଲୋମା ପଢ଼ୁଥିଲା ବେଳେ ସାନ ସାକ୍ଷୀ ୧୦ମ ଶ୍ରେଣୀର ଛାତ୍ରୀ ।
Powered by Froala Editor