ମନ୍ତ୍ରୀମଣ୍ଡଳରେ ଗୋଟିଏ ପରିବାରର ୭
ନୂଆଦିଲ୍ଲୀ : ଶ୍ରୀଲଙ୍କା କ୍ୟାବିନେଟରେ ରାଜପକ୍ଷ ପରିବାରର ଆଧିପତ୍ୟ ଦେଖିବାକୁ ମିଳିଛି । ରାଜପକ୍ଷ ପରିବାରର ୪ ଭାଇଙ୍କ ମଧ୍ୟରୁ ସବୁଠୁ ସାନ ବସିଲ ରାଜପକ୍ଷ ଗତକାଲି ଶ୍ରୀଲଙ୍କାର ଅର୍ଥମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ (୭୨), ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ (୭୫), କୃଷି ରାଷ୍ଟ୍ରମନ୍ତ୍ରୀ ଚମଲ ରାଜପକ୍ଷ(୭୮)ଙ୍କ ପରେ ବସିଲ ରାଜପକ୍ଷ ଅର୍ଥମନ୍ତ୍ରୀ ଭାବେ କ୍ୟାବିନେଟରେ ପ୍ରବେଶ କରିଛନ୍ତି । ବସିଲ କ୍ୟାବିନେଟରେ ସ୍ଥାନ ପାଇବା ସହ ପରିବାରର ମୋଟ ୭ ଜଣ ସଦସ୍ୟ ସରକାରର ଉଚ୍ଚ ପଦବୀରେ ରହିଛନ୍ତି । ମହିନ୍ଦାଙ୍କ ବଡ଼ ପୁଅ ନମଲ କ୍ରୀଡ଼ା କ୍ୟାବିନେଟ ମନ୍ତ୍ରୀ ଏବଂ ଚମଲଙ୍କ ପୁଅ ସଶୀନ୍ଦ୍ର ଜଣେ ରାଷ୍ଟ୍ରମନ୍ତ୍ରୀ । ଦେଶ ଏବେ ଗୁରୁତର ଆର୍ଥôକ ସଙ୍କଟ ଦେଇ ଗତି କରୁଥିବା ବେଳେ କ୍ୟାବିନେଟକୁ ରାଜପକ୍ଷ ପରିବାର ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିବା ନେଇ ବିଭିନ୍ନ ମହଲ ଉଦବେଗ ପ୍ରକାଶ କରିଛନ୍ତି ।
Powered by Froala Editor