ଅଗ୍ନିକାଣ୍ଡ: ୬ଟି ପରିବାରର ୭ ବଖରା ଘର ଜଳିଗଲା

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବିନୟକପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ୬ଟି ପରିବାରର ୭ ବଖରା ଘର ଜଳି ଯାଇଛି। ଏପରିକି ଘରେ ଥିବା ସମସ୍ତ ଆସବାବପତ୍ର, ଧାନ ଚାଉଳ, ବିଭାଘର ପାଇଁ ସାଇତା ଥିବା ସୁନା ରୁପା ଅଳଙ୍କାର ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି।
Powered by Froala Editor