ସଡକ ଦୁର୍ଘଟଣାରେ ଦୁଇ ମୃତ

କେନ୍ଦୁଝର: କେନ୍ଦୁଝରସଦର ଥାନା ଅନ୍ତର୍ଗତ ପଳାସପଙ୍ଗା ଫାଣ୍ତି ଅଧିନ ୨୦ ନମ୍ବର ଜାତୀୟ ରାଜପଥର ଗ୍ରୀନଫିଲ୍ଡ ସ୍କୁଲ ସମ୍ମୁଖରେ ଏକ ବାଇକ୍ ଭାରସାମ୍ୟ ହରାଇ ଚଳନ୍ତା ଟ୍ରକ୍ ପଛ ପଟେ ପିଟି ହୋଇଛି। ଫଳରେ ଆରୋହୀଙ୍କ ସମେତ ପଛରେ ବସିଥିବା ଅନ୍ୟ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ସଦର ବ୍ଲକ ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତ କଲଣ୍ତା ଗ୍ରାମର ସନ୍ତୋଷ କୁମାର ମହାକୁଡ (୩୫) ଓ ଦୀପକ କୁମାର ମହାକୁଡ (୩୦)। ଉଭୟ ଝୁମ୍ପୁରା ବଜାରରୁ ପଳାସପଙ୍ଗା ଅଭିମୁଖେ ଯାଉଥିବାବେଳେ ବାଇକ୍ ନିୟନ୍ତ୍ରଣ ହରାଇ ଟ୍ରକ ପଛପଟେ ପିଟି ହୋଇଥିଲା। ଫଳରେ ଦୁହିଁଙ୍କ ମୃତ୍ୟୁ ଘଟିଛି। ପଳାସପଙ୍ଗା ଫାଣ୍ତି ପୁଲିସ ଦୁର୍ଘଟଣା ଗ୍ରସ୍ତ ବାଇକ୍ ଓ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ମୃତଦେହ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ ପରେ ମୃତଦେହ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ କେଶ ନଂ ୨୦୯/୨୫ ରେ ଏକ ମାମଲା ରୁଜୁ ହୋଇଛି। ଟ୍ରକ୍ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।
Powered by Froala Editor