ଲଗାତାର ବୃଦ୍ଧି ପାଉଛି ସୁନା ଦର, କେତେ ଜାଣନ୍ତୁ ?

ଭୁବନେଶ୍ୱର : ଚିନ୍ତା ବଢାଇ ଚାଲିଛି ସୁନା ଦର । ଲଗାତାର ବୃଦ୍ଧି ପାଉଛି ଦର । ମେ’ ୮ ଅର୍ଥାତ୍ ଗୁରୁବାର ସୁନା ଦର ପୁଣି ବଢିଛି ।
୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୯୯,୬୦୦ରେ ପହଞ୍ଚିଛି । ଗତକାଲି ଏହା ୯୯,୦୦୦ ଟଙ୍କା ଥିଲା । ଏଥିରେ ୬୦୦ ଟଙ୍କା ବୃଦ୍ଧି ହୋଇଛି।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୧,୩୦୦ ରହିଛି । ଗତକାଲି ଏହା ୯୦,୭୫୦ ଟଙ୍କା ଥିଲା । ଏଥିରେ ୫୫୦ ଟଙ୍କା ବୃଦ୍ଧି ହୋଇଛି ।
୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୪,୭୦୦ ଟଙ୍କା ରହିଛି । ଗତକାଲି ଏହା ୭୪,୨୫୦ ଟଙ୍କା ଥିଲା । ଏଥିରେ ୪୫୦ ଟଙ୍କା ବୃଦ୍ଧି ହୋଇଛି ।
ସେହିପରି ରୁପା ଦାମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ । ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୧୦୦ ରହିଛି । ଗତକାଲି ମଧ୍ୟ ଏତିକି ଥିଲା ।
Powered by Froala Editor