ଗର୍ବିତ କଲେ କେନ୍ଦ୍ରାପଡ଼ା ପୁଅ, ଅପରେସନ ସିନ୍ଦୂରରେ ହୋଇଥିଲେ ସାମିଲ
ମଙ୍ଗଳବାର ରାତିରେ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ଭାରତ। ଯାହାକୁ ନେଇ ଦେଶବାସୀ ବେଶ୍ ଉତ୍ସାହିତ ଅଛନ୍ତି । ଏ ଭିତରେ ଏକ ବଡ଼ ଖବର ଆସିଛି । ଏହି କାର୍ଯ୍ୟରେ ସାମିଲ ଅଛନ୍ତି ଓଡ଼ିଶା ମାଟିର ପୁଅ ତଥା କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଡାଙ୍ଗମାଳ ଗାଁର ଶଶିକାନ୍ତ ବେଦୀ। ପହଲଗାମ ଆକ୍ରମଣ ସମୟରେ ମଧ୍ୟ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ। ଦୁଇବର୍ଷ ହେବ ସେ ବିଏସ୍ଏଫ୍ରେ ଜମ୍ମୁ-କଶ୍ମୀରରେ କାର୍ଯ୍ୟରତ ଅଛନ୍ତି।
ପରିବାର ଲୋକ ଏ ସମ୍ପର୍କରେ କହିଛନ୍ତି । ପୁଅ ଶଶୀକାନ୍ତ ଜମ୍ମୁକଶ୍ମୀରରେ ନିୟୋଜିତ ହେବା ସହ ଆତଙ୍କୀଙ୍କୁ ଖୋଜିବାକୁ ହୋଇଥିବା ସର୍ଚ୍ଚ ଅପରେଶନରେ ସାମିଲ ହୋଇଛନ୍ତି । ତେବେ ଦେଶ ପାଇଁ ପୁଅ କାମ କରିବାକୁ ନେଇ ପରିବାର ଲୋକେ ଗର୍ବିତ ବୋଲି କହିଛନ୍ତି ।
ଏହି ଖବର ତାଙ୍କ ଗାଁରେ ପହଞ୍ଚିବା ପରେ ସାରା ରାଜନଗର ଅଞ୍ଚକରେ ବୀର ଯବାନଙ୍କୁ ସାଲ୍ୟୁଟ୍ ଜଣାଇଛନ୍ତି। ଅପରପକ୍ଷରେ ଡାଙ୍ଗମାଳ ପୂର୍ବତନ ସରପଞ୍ଚ ରମେଶ ବେହେରା ଗାଁ ସାରା ଭାରତମାତା ଜୟଗାନ କରୁଛନ୍ତି।
ସେହିପରି ଡାଙ୍ଗମାଳର ପ୍ରିୟବ୍ରତ ବେଉରା ୨୦୦୨ରୁ ବିଏସଏଫ୍ ଯବାନ ଭାବେ କାର୍ଯ୍ୟ କରୁଛନ୍ତି । ମାସକ ପୂର୍ବରୁ ଜମ୍ମୁ-କଶ୍ମୀର ପୋଷ୍ଟିଂ ହୋଇଛି । ସେଠାରେ ପ୍ରିୟବ୍ରତ ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ, କମ୍ପାନୀ କମାଣ୍ଡର ଭାବେ କାର୍ଯ୍ୟ କରୁଛନ୍ତି ।
Powered by Froala Editor