ଅପରେସନ୍ ସିନ୍ଦୁର: ଆମେ ସେନାର ସାହସକୁ ନମନ କରୁଛୁ କହିଲେ ମୁଖମନ୍ତ୍ରୀ
ଭୁବନେଶ୍ଵର: ଭାରତୀୟ ସେନାର ସାହସକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ। ଅପରେସନ୍ ସିନ୍ଦୁର ନେଇ ଏକ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଆମ ସଂସ୍କୃତିରେ ସିନ୍ଦୁର କେବଳ ଏକ ପରମ୍ପରା ନୁହେଁ, ଏହା ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ। ଏହି ଭାବନା ଆମ ସେନା ବାହିନୀଙ୍କ ମନରେ ରହିଛି। ବର୍ତ୍ତମାନ ଭାରତ କେବଳ ପ୍ରତିରକ୍ଷା କରୁନାହିଁ ବରଂ ଆତଙ୍କବାଦ ଉଚ୍ଛେଦ କରିବାକୁ ସମ୍ପୂର୍ଣ୍ଣ ଭାବରେ ଆଗେଇ ଚାଲିଛି। ଆମେ ସେନାର ସାହସକୁ ନମନ କରୁଛୁ। ଆମେ ସେନା ମାନଙ୍କ ସହ ସଦାସର୍ବଦା ଅଛୁ ଏବଂ ରହିଥିବୁ। ଆମେ ସେନାର ବିଜୟରେ ବିଶ୍ଵାସ କରୁଛୁ। ଜୟ ହିନ୍ଦ୍, ଭାରତ ମାତା କୀ ଜୟ ।
Powered by Froala Editor