ମେ ୭ରେ ଦେଶର ଅନେକ ରାଜ୍ୟରେ ମକ୍ଡ୍ରିଲ୍, ଓଡ଼ିଶାରେ ଏହି ସ୍ଥାନରେ ହେବ
ଭୁବନେଶ୍ବର: ପହଲଗାଓଁ ଆତଙ୍କୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ନେଇ ଏବେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ମେ ୭ତାରିଖ ବୁଧବାର ଦେଶର ଅନେକ ରାଜ୍ୟରେ ହେବ ମକ୍ଡ୍ରିଲ୍ । ଆକ୍ରମଣ ହେଲେ ସାଧାରଣ ଲୋକମାନେ କଣ କରିବେ ସେନେଇ ତାଲିମ ଦିଆଯିବ । ଯେକୌଣସି ପରିସ୍ଥିତିରେ ଆକ୍ରମଣ ହେଲେ ସାଧରଣ ଲୋକ ଓ ଛାତ୍ରମାନେ କିଭଳି ସୁରକ୍ଷିତ ସ୍ଥାନକୁ ଯିବେ ତାହାର ଅଭ୍ୟାସ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ସମୟରେ ଛାତ୍ର ଏବଂ ନାଗରିକଙ୍କୁ ତାଲିମ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
Powered by Froala Editor