ଭାରତରେ ଖଓ୍ବାଜାଙ୍କ ଆକାଉଣ୍ଟକୁ ନିଷିଦ୍ଧ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖଓ୍ବାଜା ଆସିଫଙ୍କ ଏକ୍ସ’ ଆକାଉଣ୍ଟକୁ ବନ୍ଦ କରିଛି ଭାରତ। ଭାରତରେ ଖଓ୍ବାଜାଙ୍କ ଆକାଉଣ୍ଟକୁ ନିଷିଦ୍ଧ କରାଯାଇଛି। କାଶ୍ମୀର ସମ୍ପର୍କରେ ଖଓ୍ବାଜା ଭୁଲ ତଥ୍ୟ ପ୍ରଚାର କରୁଥିବା ଏବଂ ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହିତ ଓ ସମର୍ଥନ କରୁଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପହଲଗାଓଁ ଆକ୍ରମଣ ପରେ ପାକିସ୍ତାନ ନାନା ପ୍ରକାର ବିଭ୍ରାନ୍ତିକର ତଥ୍ୟ ପ୍ରଘଟ କରିଚାଲିଛି।
Powered by Froala Editor