ନରସଂହାରର ଆଉ ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ୍

ଜମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ଘଟିଥିବା ବର୍ବୋରଚିତ ଆତଙ୍କବାଦୀ ହମଲା ପୂରା ଦେଶକୁ ସ୍ତବ୍ଧ କରି ଦେଇଛି। ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଏହା ମଧ୍ୟରେ ଆତଙ୍କୀ ହମଲାର ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ସୋମବାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।
କେମିତି ବୈସରନରେ ଆତଙ୍କ ରଚିଥିଲା ଆତଙ୍କବାଦୀ। ସାମନାକୁ ଆସିଛି ଆଉ ଏକ ଲୋମହର୍ଷକ ନୂଆ ଭିଡିଓ। ଜଣେ ପର୍ଯ୍ୟଟକ ଜିପ୍ ଲାଇନ୍ ରାଇଡ୍ କରୁଥିବା ବେଳେ ତାଙ୍କ ସେଲଫି କ୍ୟାମେରାରେ ରେକର୍ଡ ହୋଇଛି ଆତଙ୍କୀଙ୍କ ନରସଂହାରର ପୂରା ଦୃଶ୍ୟ। ତଳେ ଆତଙ୍କୀ ପର୍ଯ୍ୟଟଙ୍କୁ ଆଖିବୁଜା ଗୁଳି ମାରୁଛନ୍ତି। ଜୀବନ ବଞ୍ଚାଇବାକୁ ପର୍ଯ୍ୟଟକମାନେ ଏଣେତେଣେ ଦୌଡୁଛନ୍ତି। ଏପରିକି ଭିଡିଓରେ ଜଣେ ପର୍ଯ୍ୟଟକ, ଆତଙ୍କବାଦୀଙ୍କ ଗୁଳି ମାଡ଼ ପରେ ଟଳିପଡୁଥିବାର ଦୃଶ୍ୟ ବି କଏଦ ହୋଇଛି। ଆଉ କିଛି ଗ୍ରାଉଣ୍ଡରେ ଶୋଇ ପଡୁଥିବା ଦେଖିବାକୁ ମିଳିଛି ।
ଭିଡିଓକୁ ନିରିଖେଇ ଦେଖିଲେ ଆତଙ୍କୀ କେମିତି ନୃଶଂସ ଭାବେ ଲୋକଙ୍କୁ ହତ୍ୟା କରୁଛନ୍ତି ତାହା ଦେଖିବାକୁ ମିଳିଛି। ଆତଙ୍କବାଦୀମାନେ ଦୌଡ଼ି ଦୌଡ଼ି ପର୍ଯ୍ୟଟକଙ୍କୁ ଗୁଳି କରୁଛନ୍ତି ତାର ଚିତ୍ର ବି ଭିଡିଓରେ ସ୍ପଷ୍ଟ ଭାବେ ଦେଖା ଯାଉଛି।
Powered by Froala Editor