ଶକ୍ତି ଦୁବେ UPSC ଟପ୍ପର, ୪୮ ତମ ସ୍ଥାନରେ ଓଡ଼ିଶାର ଋତିକା

ୟୁନିଅନ ପବ୍ଲିକ୍ ସର୍ଭିସ କମିସନ (ୟୁପିଏସସି) ସିଭିଲ ସର୍ଭିସେସ୍ ପରୀକ୍ଷା ୨୦୨୪ର ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ମୋଟ ୧୦୦୯ ଜଣ ପ୍ରାର୍ଥୀ ସଫଳ ହୋଇଛନ୍ତି। ଉତ୍ତୀର୍ଣ୍ଣ ହୋଇଥିବା ମୋଟ ୧୦୦୯ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୫ ଜଣ ସାଧାରଣ ବର୍ଗର, ଏହା ବ୍ୟତୀତ ଓବିସି ବର୍ଗର ୩୧୮ ଜଣ, ଏସ୍ସି ବର୍ଗର ୧୬୦ ଜଣ, ଇଡବ୍ଲୁଏସର ୧୦୯ ଜଣ, ଏସ୍ଟି ବର୍ଗର ୮୭ ଜଣ ପରୀକ୍ଷାରେ ସଫଳ ହୋଇଛନ୍ତି।
ଶକ୍ତି ଦୁବେ UPSC ସିଭିଲ ସର୍ଭିସେସ ପରୀକ୍ଷା ୨୦୨୪ରେ ଶୀର୍ଷ ସ୍ଥାନ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି। ପ୍ରକାଶିତ UPSC CSE ପରୀକ୍ଷା ଫଳାଫଳରେ ଶକ୍ତି ଅଲ ଇଣ୍ଡିଆ ର଼୍ୟାଙ୍କ ୧ ହାସଲ କରିଛନ୍ତି। ଶକ୍ତି ଦୁବେ ଉତ୍ତରପ୍ରଦେଶର ପ୍ରୟାଗରାଜର ବାସିନ୍ଦା। ସେ ପ୍ରୟାଗରାଜରୁ ତାଙ୍କର ସ୍କୁଲ ଏବଂ କଲେଜ ଶିକ୍ଷା ସମାପ୍ତ କରିଥିଲେ। ସେ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରୁ ବିଏସସି କରିଥିଲେ, ତା’ପରେ ସେ ୨୦୧୬ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (BHU)ରୁ ଜୈବ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ସମାପ୍ତ କରିଥିଲେ। ପାଠପଢ଼ା ସମୟରେ, ସେ ପ୍ରଶାସନିକ ସେବାରେ ଯୋଗଦେବାର ସ୍ବପ୍ନ ଦେଖିଥିଲେ ଏବଂ ୨୦୧୮ରୁ ସେ UPSC ପାଇଁ ପ୍ରସ୍ତୁତିରେ ସମ୍ପୂର୍ଣ୍ଣ ଭାବରେ ସାମିଲ ହୋଇଗଲେ।
ପରୀକ୍ଷାରେ ହର୍ଷିତା ଗୋୟଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଡୋଙ୍ଗରେ ଅର୍ଚ୍ଚିତ ପରାଗ ତୃତୀୟ ସ୍ଥାନରେ, ଶାହ ମାର୍ଗୀ ଚିରାଗ ଚତୁର୍ଥ ସ୍ଥାନରେ ଅଛନ୍ତି। ସେହିପରି ଟପ୍ପର ତାଲିକାରେ ଆକାଶ ଗର୍ଗ ପଞ୍ଚମ ସ୍ଥାନରେ, କୋମଲ ପୁନିଆ ଷଷ୍ଠ ସ୍ଥାନରେ ଏବଂ ଆୟୁଷୀ ବଂଶଲ ସପ୍ତମ ସ୍ଥାନରେ ଅଛନ୍ତି। ଏହା ପରେ ରାଜ କୃଷ୍ଣ ଝା, ଆଦିତ୍ୟ ବିକ୍ରମ ଅଗ୍ରୱାଲ, ମୟଙ୍କ ତ୍ରିପାଠିଙ୍କ ନାମ ରହିଛି। ଓଡ଼ିଶାର ଋତିକା ରଥ ୪୮ ତମ ସ୍ଥାନରେ ରହିଛନ୍ତି।
Powered by Froala Editor