୨୧ରେ ସମ୍ୱଲପୁରରେ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୧ ତାରିଖ (ସୋମବାର)ରେ ସମ୍ବଲପୁରରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ, ଦୁର୍ଗାପାଲି ଠାରେ ଏହି ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଦିନ ୧୧ ଟା ଠାରୁ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହେବ। ଏଥିପାଇଁ ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିପାରିବେ। ପଞ୍ଜିକୃତ ଦରଖାସ୍ତକାରୀ ସେମାନଙ୍କର ପଞ୍ଜିକୃତ ପ୍ରାପ୍ତିପତ୍ର ଏବଂ ବ୍ୟକ୍ତିଗତ ପରିଚୟପତ୍ର ତଥା ନିଜ ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ, ଦୁର୍ଗାପାଲି ଠାରେ ୨୧ ତାରିଖ ସକାଳ ୮ଟାରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କ ଅଭିଯୋଗ ଜଣାଇ ପାରିବେ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
Powered by Froala Editor