ଗୋଷ୍ଠୀ ସଂଘର୍ଷ, ବୋମାମାଡ ସହ ଗଣ୍ଡଗୋଳରେ ୭ ଗୁରୁତର
ଭଦ୍ରକ: ଭଦ୍ରକ ତିହିଡି କାଁପଡାରେ ଅଭାବନୀୟ ଘଟଣା ଘଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ବୋମାମାଡ ସହ ଗଣ୍ଡଗୋଳରେ ୭ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ୪ ଜଣଙ୍କୁ ତିହିଡି ଏବଂ ୩ ଜଣଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଜାରି ରହିଛି। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ରାଜନୈତିକ ଶତ୍ରୁତାରୁ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି।
Powered by Froala Editor