୨୨୦ ବୋତଲ କଫ ସିରପ ଜବତ, ଜଣେ ଗିରଫ
ଭୁବନେଶ୍ବର: ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ପତ୍ରପାଲିଠାରେ ଦୀର୍ଘ ଦିନ ଧରି ବେଆଇନ ଭାବେ କଫ ସିରପ ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ହେଳେ କିଶୋର ବଢ଼େଇ। ପୁଲିସ ଜାଲ ବିଛାଇ କିଶୋରକୁ ଗିରଫ କରିଛି। ତା’ ନିକଟରୁ ୨୨୦ ବୋତଲ(୪୫ ଲିଟର) କଫ୍ ସିରପ ଜବତ ହୋଇଛି।
କିଶୋର ଚୋରା କଫ୍ ସିରପ ବ୍ୟବସାୟ କରୁଥିବା ଜଣାପଡ଼ିବା ପରେ ଅତାବିରା ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ତା’କୁ ଧରିବା ଲାଗି ଜାଲ ବିଛାଇଥିଲେ। ଶନିବାର ସନ୍ଧ୍ୟାରେ କିଶୋର କଫ୍ ସିରପ ବିକ୍ରି କରୁଥିବା ସମୟରେ ପୁଲିସ ସାଦା ପୋଷାକରେ ତା’ ନିକଟରୁ କଫ୍ ସିରଫ୍ କିଣିବା ସହିତ ତା’କୁ ଧରିଥିଲା। ରବିବାର କିଶୋରକୁ କୋର୍ଟ ଚାଲାଣ କରାଯାଇଛି। ଏହି କଫ୍ ସିରପ କଟକ ଅଞ୍ଚଳରୁ ଆସୁଥିବା ସେ ପୁଲିସ ଆଗରେ ପ୍ରକାଶ କରିଛି।
Powered by Froala Editor