ଅଗ୍ନିକାଣ୍ଡ ଘଟି ଜଳିଗଲା ୧୦ ବଖରା ଘର
କାମାକ୍ଷାନଗର: ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୧୦ ବଖରା ଘର। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରୁଆଳି ଗାଁ କୃଷ୍ଣପୁର ସାହିରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଖୁବ୍ କମ୍ ସମୟ ମଧ୍ୟରେ ଏହା ଚାରିଆଡକୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡରେ ୪ ଟି ପରିବାରର ଲକ୍ଷାଧିକ ଟଙ୍କା ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ସର୍ଟ ସର୍କିଟ୍ ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
Powered by Froala Editor