ମେଘାଳୟ ଓ ଆସାମରେ ଭୂକମ୍ପ
ବୁଧବାର ସକାଳ ୮.୪୫ ମିନିଟ୍ ସମୟରେ ମେଘାଳୟରେ ୫.୨ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁୁଭୂତ ହୋଇଛି। ଏହି ଭୂକମ୍ପ ମେଘାଳୟରେ ହୋଇଥିବା ବେଳେ ଦାର୍ଜିଲିଂ ଓ କୋଚ୍ ବେହାର ପରି କିଛି ଉତ୍ତରବଙ୍ଗ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଏହାର ସୂଚନା ଦେଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପ୍ରଦାନ କରିଥିବା ତଥ୍ୟ ଅନୁସାରେ, ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ଥିଲା ମେଘାଳୟର ତୁରା ଅଞ୍ଚଳ। ଭୂକମ୍ପର ଲମ୍ବ ୯୦.୨୮ ରହିଥିବା ବେଳେ ଗଭୀରତା ୧୪ କିଲୋମିଟର ବୋଲି ଜାଣିବାକୁ ମିଳିଛି। ସେହିଭଳି ଆସାମ ଏବଂ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମଧ୍ୟ ଭୂକମ୍ପନ ଅନୁଭୂତ ହୋଇଛି । ବୁଧବାର ସକାଳ ୮ଟା ୪୫ରେ ଆସାମର ଗୋଲପାରା ଠାରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ।
Powered by Froala Editor