ବିଏଲ୍ଏ କବଳରୁ ମୁକୁଳିଲେ ୧୫୫ ପଣବନ୍ଦୀ

ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବେଲୁଚ ଲିବରେସନ ଆର୍ମି(ବିଏଲଏ) ମଙ୍ଗଳବାର ଏକ ଜାଫର ଏକ୍ସପ୍ରେସ ଯାତ୍ରୀବାହୀ ଟ୍ରେନ ଅପହରଣ କରି ନେଇଥିଲା । ତେବେ ପୂର୍ବରୁ ବିଏଲ୍ଏ ୧୦୪ଯାତ୍ରୀଙ୍କୁ ମୁକ୍ତ କରିଥିବା ନେଇ ଦାବି କରିଥିବା ବେଳେ ଏବେ ପାକ୍ ସେନା ମୋଟ ୧୫୫ଜଣଙ୍କୁ ମୁକ୍ତ କରିବାରେ ସଫଳ ହୋଇଥିବା କହିଛି। ଏହା ସହ ଗୁଳିଚାଳନା ବେଳେ ୨୭ଜଣ ଆତଙ୍କବାଦୀ ନିହତ ହୋଇଥିବା ସାମ୍ନାକୁ ଆସିଛି।
ପାକିସ୍ତାନ ସେନାର ଜୋରଦାର ଅପରେସନ ପରେ ଟ୍ରେନ ହାଇଜାକ କରିଥିବା ୨୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ଟ୍ରେନ ହାଇଜାକ ସମୟରେ କିଛି ଯାତ୍ରୀ ଚତୁରତାର ସହିତ ମୁକୁଳିଯାଇଥିଲେ ।
ଖବର ଅନୁସାରେ, ଟ୍ରେନ ହାଇଜାକ ପରେ ରାତିସାରା ବେଲୁଚି ଲିବରେସନ ଆର୍ମି ସହିତ ପାକିସ୍ତାନ ସେନାର ଗୁଳି ବିନିମୟ ହୋଇଥିଲା । ଏଥିରେ 17 ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରେନଟି କ୍ବେଟାରୁ ପେଶାଓ୍ବର ଯାଉଥିବା ବେଳେ ଅପରଣ କରାଯାଇଥିଲା ।
ବେଲୁଚିସ୍ତାନର କହିବା ମୁତାବକ, ବିଭାଜନ ପରେ ବେଲୁଚିସ୍ତାନ ପ୍ରଦେଶକୁ କବଜା କରି ପାକିସ୍ତାନରେ ମିଶାଯାଇଛି। ସେବେଠାରୁ ବେଲୁଚିସ୍ତାନ, ପାକିସ୍ତାନ ଦ୍ବାରା ନିର୍ଯ୍ୟାତିତ ହୋଇଆସିଛି। ଏଥିପାଇଁ ସେମାନେ ପାକିସ୍ତାନ ସେନା ବିରୋଧରେ ଲଢ଼ିବାକୁ ବାଧ୍ୟ ହୋଇଛନ୍ତି।"
Powered by Froala Editor