ଡିଜିଟାଲ୍ ସଂଯୋଗ ପ୍ରସାରଣରେ ମାଇଲଖୁଣ୍ଟ : SpaceX ସହ Jio ଚୁକ୍ତି, ମିଳିବ ସୁପର୍-ଫାଷ୍ଟ ଡାଟା

ଭାରତରେ ଷ୍ଟାରଲିଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ଆଣିବା ପାଇଁ ଏୟାରଟେଲ୍ SpaceX ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା। ଆଉ ଆଜି ଜିଓ ମଧ୍ୟ ଭାରତରେ ଷ୍ଟାରଲିଙ୍କ ସାଟେଲାଇଟ୍-ଚାଳିତ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ପ୍ରଦାନ କରିବା ପାଇଁ ସ୍ପେସଏକ୍ସ ସହିତ ଏକ ଚୁକ୍ତି ସ୍ବାକ୍ଷର କରିଛି। ଏହା ଅଧୀନରେ ଭାରତରେ ଷ୍ଟାରଲିଙ୍କ ସାଟେଲାଇଟ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ।
ଏହି ସହଯୋଗ ମାଧ୍ୟମରେ, ଜିଓ ଏବଂ ବିଶ୍ୱର ଅଗ୍ରଣୀ ନିମ୍ନ ପୃଥିବୀ କକ୍ଷପଥ (LEO) ସାଟେଲାଇଟ୍ ଇଣ୍ଟରନେଟ୍ ପ୍ରଦାନକାରୀ ଷ୍ଟାରଲିଙ୍କ୍ ଦେଶବ୍ୟାପୀ ବ୍ରଡବ୍ୟାଣ୍ଡ କଭରେଜ୍ ବିସ୍ତାର କରିବା ପାଇଁ ଏକାଠି କାମ କରିବେ। ଲକ୍ଷ୍ୟ ହେଉଛି ଦୂରଦୂରାନ୍ତର ସ୍ଥାନଗୁଡ଼ିକରେ ଥିବା ଗ୍ରାମ, ସ୍କୁଲ, ସ୍ୱାସ୍ଥ୍ୟସେବା କେନ୍ଦ୍ର ଏବଂ ବ୍ୟବସାୟଗୁଡ଼ିକରେ ପହଞ୍ଚି ଡିଜିଟାଲ୍ ବିଭାଜନକୁ ଦୂର କରିବା। ଏହି ପଦକ୍ଷେପ ଭାରତର ଡିଜିଟାଲ୍ ସଂଯୋଗ ପ୍ରସାରଣରେ ଏକ ପ୍ରମୁଖ ମାଇଲଖୁଣ୍ଟ ହୋଇପାରିବ।
ଉଲ୍ଲେଖନୀୟ ଯେ, ପୂର୍ବରୁ ଭାରତରେ ସାଟେଲାଇଟ ସ୍ପେକ୍ଟ୍ରମ ଆବଣ୍ଟନକୁ ନେଇ ଜିଓ ଏବଂ SpaceX ମଧ୍ୟରେ ବିବାଦ ହୋଇଥିଲା। ରିଲାଏନ୍ସ ଜିଓ ସ୍ପେକ୍ଟ୍ରମ ନିଲାମକୁ ନେଇ ବିବାଦ ଦେଖାଦେଇଥିଲା। ଶେଷରେ ଭାରତ ସରକାର ଏଲନ ମସ୍କଙ୍କ ସପକ୍ଷରେ ରାୟ ଦେଲେ ଏବଂ ବିଶ୍ୱସ୍ତରୀୟ ଅଭ୍ୟାସ ଅନୁଯାୟୀ ସିଧାସଳଖ ସ୍ପେକ୍ଟ୍ରମ ଆବଣ୍ଟନ କରିବାକୁ ନିଷ୍ପତ୍ତି ନେଲେ। ଏହି ଚୁକ୍ତିନାମା ପରେ, ଭାରତରେ ଡିଜିଟାଲ ସଂଯୋଗର ଏକ ନୂତନ ଯୁଗ ଆରମ୍ଭ ହୋଇପାରିବ।
Powered by Froala Editor