ଗୋଟିଏ ଦିନରେ ଦୁଇ ଥର ଡାଉନ ହେଲା ‘ଏକ୍ସ’

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ଡାଉନ ହୋଇଛି। ‘ଏକ୍ସ’ରେ ସୋମବାର ଏକ ବଡ଼ ଧରଣର ବିଭ୍ରାଟ ଦେଖିବାକୁ ମିଳିଥିଲା। କିଛି ସମୟ ପାଇଁ ଏକ୍ସର ସେବା ଅଚଳ ହୋଇଯାଇଥିଲା, ଯାହା ଫଳରେ ଆପ୍ ବ୍ୟବହାର କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ପ୍ରଥମଥର ଏହା ଦ୍ୱିପ୍ରହର ୩ଟା ପାଖାପାଖି ଡାଉନ ହୋଇଥିଲା। ଆପ୍ ଏବଂ ୱେବସାଇଟ୍ ସେବା ଉପରେ ନଜର ରଖୁଥିବା ୱେବସାଇଟ୍ ଡାଉନଡିଟେକ୍ଟର ଅନୁଯାୟୀ, ଅପରାହ୍ନ ସାଢ଼େ ୩ଟା ସୁଦ୍ଧା ପ୍ରାୟ ୨,୫୦୦ ଲୋକ ଏକ୍ସର ସେବାରେ ସମସ୍ୟା ବିଷୟରେ ଜଣାଇଥିଲେ। ତେବେ ଅପରାହ୍ନ ପ୍ରାୟ ୩ଟା ୪୫ ମିନିଟ୍ ରେ ଏକ୍ସର ସେବା ବ୍ୟାକ୍ ଅପ୍ ହୋଇଯାଇଥିଲା ଏବଂ ଉପଭୋକ୍ତାମାନେ ଆପ୍ ଏବଂ ୱେବସାଇଟରେ ଲଗ୍ ଇନ୍ କରିବାକୁ ସକ୍ଷମ ହୋଇଥିଲେ।
ସଂଧ୍ୟା ୭ଟା ୨୦ରେ ଦ୍ୱିତୀୟଥର ଡାଉନ ହୋଇଥିଲା। ଏକ୍ସ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଚ୍ଛିନ୍ନତା ଦେଖିବାକୁ ମିଳିବା ଏହା ପ୍ରଥମ ଘଟଣା ନୁହେଁ। ଏଲନ ମସ୍କଙ୍କ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଏପର୍ଯ୍ୟନ୍ତ ଏହଦ୍ଗନ୍ତ୍ରୋବାଲ ଆଉଟେଜରେ କୌଣସି ଅଫିସିଆଲ ବିବୃତ୍ତି ଦେଇନାହିଁ।
Powered by Froala Editor