ଭୂପେଶଙ୍କ ଘରେ ରେଡ୍ ମାମଲା, ଇଡି ଗାଡ଼ିକୁ ପଥର ମାଡ଼

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଘରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସାରି ଫେରିଲାବେଳେ ଇଡି ଗାଡ଼ି ଉପରକୁ କିଛି ଦୁର୍ବୃତ୍ତ ପଥର ମାଡ଼ କରିଥିଲେ । ଏଥିରେ କୌଣସି ବ୍ୟକ୍ତିଙ୍କୁ ଆଘାତ ଲାଗି ନ ଥିବା ଜଣାପଡ଼ଛି । ଏବେ ଇଡି ଏହି ମାମଲାରେ ମାମଲା ରୁଜୁ କରିବ ବୋଲି ସୂଚନା ମିଳିଛି।
ସେପଟେ କଂଗ୍ରେସ କର୍ମୀ ଓ ବଘେଲଙ୍କ ସମର୍ଥକମାନେ ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ କିଛି ଅଜଣା ବ୍ୟକ୍ତି ଦଳ ଉପରେ ଆକ୍ରମଣ କରିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ଇଡି ଟିମ୍ ଉପରେ ଇଟା ଓ ପଥରରେ ଆକ୍ରମଣ କରାଯାଇଥିଲା। ଟିମ୍ ର ଗାଡ଼ିର ଆଗ ଓ ପଛ ପଟୁ ବଡ଼ ବଡ଼ ପଥର ଫିଙ୍ଗିଥିବା ସୂଚନା ମିଳିଛି। ଏଥିରେ କାରର କାଚ ଭାଙ୍ଗିଯାଇଛି । ତେବେ ଏଥିରେ ଅଧିକାରୀମାନଙ୍କର କୌଣସି କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ।
ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ମଦ ଦୁର୍ନୀତି ସଂକ୍ରାନ୍ତ ୧୪ଟି ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଏଥିରେ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ଲକ୍ଷ୍ମୀ ନାରାୟଣ ବଂଶଲ ଓରଫ ପପୁ ବଂଶଲଙ୍କ ଘର ଥିଲା। ମଦ ଦୁର୍ନୀତିରେ ପ୍ରାୟ ୨୧୬୧ କୋଟି ଟଙ୍କା ହଡ଼ପ ହୋଇଥିବା ଇଡି କହିଛି। ତେବେ ଭୁପେଶଙ୍କ ବିରୋଧରେ କରାଯାଇଥିବା ଅଭିଯୋଗକୁ କୋର୍ଟ ଖଣ୍ଡନ କରିବା ପରେ ପୁଣି ତାଙ୍କ ଘରେ ଚଢ଼ାଉ କରିବା ଏକ ଷଡଯନ୍ତ୍ର ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପୱନ ଖେରା ।
Powered by Froala Editor