ଏଚଆଇଭି ଟିକାର ପରୀକ୍ଷଣ ଆରମ୍ଭ

ଲଣ୍ଡନ: ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟର ବୈଜ୍ଞାନିକମାନେ ବି୍ରଟେନରେ ଏଚଆଇଭି ଟିକାର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ଆରମ୍ଭ କରିଛନ୍ତି । ଏହି ପରୀକ୍ଷଣର ଲକ୍ଷ୍ୟ ହେଉଛି ଏହାର ସୁରକ୍ଷା; ସହନଶୀଳତା ଏବଂ ରୋଗ ପ୍ରତିରୋଧକ ଶକ୍ତିର ମୂଲ୍ୟାଙ୍କନ କରିବା । ବିଶ୍ୱର ଯେ କୌଣସି ଅଞ୍ଚଳରେ ଏଚଆଇଭି ସଂକ୍ରମିତ ଲୋକଙ୍କ ପାଇଁ ଏହି ଟିକା ଉପଯୁକ୍ତ କି ନା ତାହାର ପରୀକ୍ଷା କରାଯାଉଛି । ୧୮ ରୁ ୬୫ ବର୍ଷ ବୟସ୍କ ଏଚଆଇଭି ନେଗେଟିଭ ଥିବା ୧୩ ଜଣ ସୁସ୍ଥ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଛି । ଚାରି ସପ୍ତାହ ପରେ ସେମାନଙ୍କୁ ୨ୟ ଡୋଜ ଟିକା ଦିଆଯିବ । ଏହି ପ୍ରଭାବୀ ଏଚଆଇଭି ଟିକା ବିକଶିତ କରିବା ଦୀର୍ଘ ୪୦ ବର୍ଷ ଧରି କଷ୍ଟସାଧ୍ୟ ଥିଲା । ଏହି ପରୀକ୍ଷଣ ଏଚଆଇଭି ନେଗେଟିଭ ଏବଂ ଏଚଆଇଭି ସଂକ୍ରମିତ ବ୍ୟକ୍ତିଙ୍କ ସହ ରହୁଥିବା ଲୋକଙ୍କ କ୍ଷେତ୍ରରେ ପ୍ରଥମେ କରାଯାଉଛି ବୋଲି କହିଛନ୍ତି ଅକ୍ସଫୋର୍ଡ ଇନଷ୍ଟଚୁ୍ୟଟ ଭ୍ୟାକସିନ ଇମୁ୍ୟନୋଲଜି ପ୍ରଫେସର ବୈଜ୍ଞାନିକ ଟମସ ହେଙ୍କେ ।
Powered by Froala Editor