Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, August 18, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ...

  • ଏହା କଲେ ହେବ ନାହିଁ ଗ୍ୟାସ୍

  • ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ...

  • UGC-NET ପ୍ରଶ୍ନପତ୍ରରେ ତ୍ରୁଟି, ଏହି ବିଷୟରେ ...

  • ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ

  • ଇଣ୍ଡୋନେସିଆରେ ଗୋଟିଏ ଦିନରେ ୩ ଥର ...

  • ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ...

  • କଂଗ୍ରେସ ନେତା ଅନିସୁର ଓ ତାଙ୍କ ପୁଅଙ୍କୁ ...

  • ଶାହରୁଖ, ଅଜୟ ଓ ଟାଇଗରଙ୍କୁ କାରଣ ଦର୍ଶାଅ ...

  • ଟିଏମସି ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ୟୁକ୍ରେନକୁ ଦେଉଥିବା ସାମରିକ ସହାୟତା ବନ୍ଦ କଲା ଆମେରିକା

ୟୁକ୍ରେନକୁ ଦେଉଥିବା ସାମରିକ ସହାୟତା ବନ୍ଦ କଲା ଆମେରିକା

2025-03-05 11:31:41
14731
Share:
Facebook
Twitter
E-Mail
WhatsApp
Telegram
ୟୁକ୍ରେନକୁ ଦେଉଥିବା ସାମରିକ ସହାୟତା ବନ୍ଦ କଲା ଆମେରିକା

ୱାଶିଂଟନ : ୟୁକ୍ରେନକୁ ଆମେରିକା ଦେଉଥିବା ସାମରିକ ସହାୟତାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବନ୍ଦ କରିଦେଇଛନ୍ତି। ରୁଷ୍ ସହିତ ଯୁଦ୍ଧ ବନ୍ଦ ଲାଗି ପ୍ରସ୍ତାବିତ ଶାନ୍ତି ବୁଝାମଣାକୁ ଗ୍ରହଣ କରିବାକୁ ୟୁକ୍ରେନ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ ଟ୍ରମ୍ପ ଏପରି ପଦକ୍ଷେପ ନେଇଛନ୍ତି। ରୁଷ୍ ବିରୋଧୀ ଯୁଦ୍ଧ ବନ୍ଦ ଲାଗି ପ୍ରସ୍ତାବିତ ଶାନ୍ତି ବୁଝାମଣାରେ ସ୍ବାକ୍ଷର କରିବା ଲାଗି ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମିର ଜେଲେନସ୍କି ଆମେରିକା ଠାରୁ ସୁରକ୍ଷା ଗ୍ୟାରେଣ୍ଟି ଲୋଡିଥିବାବେଳେ ଟ୍ରମ୍ପ ଏପରି ନିଷ୍ପତ୍ତି ନେଇଛନ୍ତି। ୟୁକ୍ରେନର ସୁରକ୍ଷା ପାଇଁ ଆମେରିକା ଗ୍ୟାରେଣ୍ଟି ଦେଲେ ସେ ଶାନ୍ତି ବୁଝାମଣାରେ ସ୍ବାକ୍ଷର କରିବେ ବୋଲି ଜେଲେନସ୍କି ସର୍ତ୍ତ ରଖିଥିଲେ। ମାତ୍ର ଟ୍ରମ୍ପ କହିଥିଲେ ଯେ ଯୁଦ୍ଧ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ହାନି ଘଟୁଛି। ତେଣୁ ଏହି ଜୀବନ ହାନି ରୋକିବା ଲାଗି ଶାନ୍ତି ପ୍ରସ୍ତାବକୁ ୟୁକ୍ରେନ ଗ୍ରହଣ କରିବା ଦରକାର। ଗତ ସପ୍ତାହରେ ହ୍ବାଇଟ ହାଉସରେ ଶାନ୍ତି ଆଲୋଚନା ବେଳେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କ ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଟ୍ରମ୍ପଙ୍କ ସାମରିକ ସହାୟତା ବନ୍ଦ ନିଷ୍ପତ୍ତି ପରେ ଜେଲେନସ୍କି ନରମିଛନ୍ତି। ମଙ୍ଗଳବାର ଜେଲେନସ୍କି କହିଛନ୍ତି ଯେ ଟ୍ରମ୍ପଙ୍କ ନେତୃତ୍ବ ଅଧୀନରେ ସେ କାମ କରିବାକୁ ପ୍ରସ୍ତୁତ। ରୁଷ୍ ସହିତ ୟୁକ୍ରେନ ଯୁଦ୍ଧ ଚଳାଇଥିବାରୁ ଶାନ୍ତି ପ୍ରତିଷ୍ଠା ପାଇଁ ଟ୍ରମ୍ପଙ୍କ ମାର୍ଗଦର୍ଶନରେ ସେ କାମ କରିବେ। ରୁଷ୍ ସହିତ ଚାଲିଥିବା ଯୁଦ୍ଧ ବନ୍ଦ କରିବାକୁ ସେ ସମସ୍ତ ପ୍ରକାର ଆଲୋଚନାରେ ଅଂଶ ଗ୍ରହଣ କରିବାକୁ ପ୍ରସ୍ତୁତ। ରୁଷ୍ ବିରୋଧରେ ଯୁଦ୍ଧ କରିବା ଲାଗି ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନେତୃତ୍ବାଧୀନ ଆମେରିକା ପ୍ରଶାସନ ୟୁକ୍ରେନକୁ ୩୫,୦୦୦ କୋଟି ଡଲାର ସାମରିକ ସହାୟତା ଯୋଗାଇ ଦେଇଥିଲେ। ବାଇଡେନ ପ୍ରଶାସନର ଏହି ସହାୟତା ବଦଳରେ ଆମେରିକା କିଛି ପାଇ ନାହିଁ ବୋଲି ନିକଟରେ ଟ୍ରମ୍ପ କହିଥିଲେ। ଏହି ୩୫,୦୦୦ କୋଟି ଡଲାର ବଦଳରେ ଆମେରିକା ଏହାର ସମ୍ପୂର୍ଣ୍ଣ ନୌସେନାକୁ ପୁନର୍ଗଠନ କରିପାରିଥାନ୍ତା। ଟ୍ରମ୍ପଙ୍କ ସହିତ ଯୁକ୍ତିତର୍କ ପରେ ଜେଲେନସ୍କି ଲଣ୍ଡନ ଗସ୍ତ କରିଥିଲେ। ସେଠାରେ ସେ ୟୁରୋପୀୟ ସଂଘ ରାଷ୍ଟ୍ର ନେତା ଓ ବ୍ରିଟେନ ପ୍ରଧାନମନ୍ତ୍ରୀ କୈର ଷ୍ଟାର୍ମରଙ୍କୁ ସାକ୍ଷାତ କରିଥିଲେ। ସୋମବାର ଜେଲେନସ୍କି କହିଥିଲେ ଯେ ୟୁକ୍ରେନ ନିଜର ଆତ୍ମରକ୍ଷା ପାଇଁ ଲଢେଇ କରୁଛି। ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଲାଗି ଆଗ୍ରହୀ ମାତ୍ର ରୁଷ୍ ଏଥିପାଇଁ ଆଗ୍ରହୀ ନୁହେଁ। ତେଣୁ ରୁଷ୍ ଏହାର ଆକ୍ରମଣକୁ ଜୋରଦାର କରିଚାଲିଛି। ଗତ ସପ୍ତାହକ ମଧ୍ୟରେ ରୁଷ୍ ୧୦୫୦ଟି ଡ୍ରୋନ ଆକ୍ରମଣ ଓ ୧୩୦୦ ବୋମାମାଡ କରିଛି।

Powered by Froala Editor

Tags America

Related articles Odisha News Lens 4.1

  • ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ
    ଦେଶ-ଦେଶାନ୍ତର

    ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ

    14292
    Aug 17, 2026
  • ଇଣ୍ଡୋନେସିଆରେ ଗୋଟିଏ ଦିନରେ ୩ ଥର ଭୂମିକମ୍ପ ଅନୁଭୂତ
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ଗୋଟିଏ ଦିନରେ ୩ ଥର ଭୂମିକମ୍ପ ଅନୁଭୂତ

    15083
    Aug 16, 2026
  • କଂଗ୍ରେସ ନେତା ଅନିସୁର ଓ ତାଙ୍କ ପୁଅଙ୍କୁ ହତ୍ୟା
    ଅପରାଧ

    କଂଗ୍ରେସ ନେତା ଅନିସୁର ଓ ତାଙ୍କ ପୁଅଙ୍କୁ ହତ୍ୟା

    14796
    Aug 16, 2026
  • ଟିଏମସି ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଟିଏମସି ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ମୃତ୍ୟୁ

    14456
    Aug 16, 2026
  • ଶାହରୁଖ, ଅଜୟ ଓ ଟାଇଗରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି
    ମନୋରଞ୍ଜନ

    ଶାହରୁଖ, ଅଜୟ ଓ ଟାଇଗରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

    15083
    Aug 16, 2026
  • ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ସମ୍ପତ୍ତି ପାଇଲେ ୧୮ ବର୍ଷୀୟ ଶ୍ରମିକ
    ଦେଶ-ଦେଶାନ୍ତର

    ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ସମ୍ପତ୍ତି ପାଇଲେ ୧୮ ବର୍ଷୀୟ ଶ୍ରମିକ

    14341
    Aug 17, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍
    ବିଶେଷ

    ଏହା କଲେ ହେବ ନାହିଁ ଗ୍ୟାସ୍

    15542
    Aug 17, 2026
  • UGC-NET ପ୍ରଶ୍ନପତ୍ରରେ ତ୍ରୁଟି, ଏହି ବିଷୟରେ ପୁନଃ ପରୀକ୍ଷା କରିବା NTA
    ଦେଶ-ଦେଶାନ୍ତର

    UGC-NET ପ୍ରଶ୍ନପତ୍ରରେ ତ୍ରୁଟି, ଏହି ବିଷୟରେ ପୁନଃ ପରୀକ୍ଷା କରିବା NTA

    15053
    Aug 17, 2026
  • ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦୀ
    ଦେଶ-ଦେଶାନ୍ତର

    ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦୀ

    15038
    Aug 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଏହା କଲେ ହେବ ନାହିଁ ଗ୍ୟାସ୍

    15542
    Aug 17, 2026
  • ଦେଶ-ଦେଶାନ୍ତର

    ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ

    14292
    Aug 17, 2026
  • ମନୋରଞ୍ଜନ

    ଶାହରୁଖ, ଅଜୟ ଓ ଟାଇଗରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

    15083
    Aug 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17034
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17655
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17704
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18102
    Sep 06, 2023

ବିଶେଷ

  • ଏହା କଲେ ହେବ ନାହିଁ ଗ୍ୟାସ୍

    15542
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13632
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14840
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14614
    Aug 10, 2026
  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    14451
    Aug 07, 2026

ବାଣିଜ୍ୟ

ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

ପୁରୀ ରଥ ଯାତ୍ରାରେ ଏହାର ‘ଆୟୋଡିନ କା ତିଲକ୍‌’ ପ୍ରୟାସ ପରେ ଏହି ବ୍ରାଣ୍ଡ୍‌ ପିଲାମାନଙ୍କ ନିମନ୍ତେ ଆୟୋଡିନ ପୋଷଣ ଯୋଗାଇବାକୁ ଚିଲ୍‌ଡ୍ରେନ୍ସ ଫାଉଣ୍ଡେସନଗୁଡିକ ସହିତ ସହଭାଗୀତା କରି ...

  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14244
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14372
    Aug 09, 2026
  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

    15269
    Aug 09, 2026
  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

    14642
    Aug 07, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହା କଲେ ହେବ ନାହିଁ ଗ୍ୟାସ୍

    15542
    Aug 17, 2026
  • UGC-NET ପ୍ରଶ୍ନପତ୍ରରେ ତ୍ରୁଟି, ଏହି ବିଷୟରେ ପୁନଃ ପରୀକ୍ଷା କରିବା NTA

    15053
    Aug 17, 2026
  • କଂଗ୍ରେସ ନେତା ଅନିସୁର ଓ ତାଙ୍କ ପୁଅଙ୍କୁ ହତ୍ୟା

    14796
    Aug 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In