କଳା କୋର୍ଟଧାରୀଙ୍କ କଳା କାରନାମା: ନିଜକୁ ସିବିଆଇ ଅଫିସର କହି ଠକୁଥିଲେ
ଜଣେ ଓକିଲ ହୋଇ ବି ଡର ନଥିଲା । ଲୋକଙ୍କୁ ବେଫିକର ଭାବେ ସିବିଆଇର କର୍ମଚାରୀ କହି ଠକୁଥିଲା । ଏଭଳି ଠକ ଓକିଲକୁ ବାନ୍ଧିଛି ପୁଲିସ । ତାଙ୍କ ନାଁ ସନାତନ ରାୟ ଚୌଧୁରୀ। ସେ କୋଲକାତା ହାଇକୋର୍ଟର ଜଣେ ଓକିଲ। ତାଙ୍କୁ ଠକେଇ, ନିଜକୁ ନକଲି ସରକାରୀ ଅଧିକାରୀର ପରଚିୟ ଦେଇ ଲୋକଙ୍କୁ ଠକିବା ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଗିରଫ କରଯାଇଛି।
ସେ ହାଇକୋର୍ଟର ଓକିଲ ହୋଇଥିଲେ ହେଁ ଜମି ଓ ବିଲଡିଂ ହଡ଼ପ ପାଇଁ ନିଜକୁ ସିବିଆଇ ଅଧିକାରୀ ଭାବେ ପରିଚୟ ଦେଉଥିଲେ। ଗରିହାଟ ପୁଲିସ ଷ୍ଟେସନ ଅଧୀନରେ ଅନ୍ୟମାନଙ୍କ ସହ ମିଶି ଜମି ଅକ୍ତିଆର କରିଥିଲେ। ଖାଲି ସେତିକି ନୁହେଁ ସନାତନ ସବୁବେଳେ ନୀଲ ରଙ୍ଗର ବତୀ ଲାଗିଥିବା କାରରେ ଚଲାବୁଲା କରୁଥିଲେ ଓ ନିଜକୁ ପଶ୍ଚିମବଙ୍ଗ ସରକାରଙ୍କ ଓକିଲ ଭାବେ ପରିଚୟ ଦେଉଥିଲେ। ତେବେ ସୋଶାଲ ମିଡିଆରେ ସେ ନଜକୁ ସିବିଆଇର ସ୍ୱତନ୍ତ୍ର ଓକିଲ ଭାବେ ଚିତ୍ରଣ କରିଥିଲେ। ସୋଶାଲ ମିଡିଆରେ ସେ ଏମିତି କିଛି ସବୁ ତଥ୍ୟ ଉପସ୍ଥାପନ କରିଥିଲେ ଯେ ଯାହା ଯାଞ୍ଚ ବେଳେ ନକଲି ବୋଲି ଜଣାପଡ଼ିଛି। ଏହାକୁ ଆଧାର କରି କୋଲକାତା ପୁଲିସ୍ ଆଜି ସନାତନଙ୍କୁ ଗିରଫ କରିଛି।
Powered by Froala Editor