ପାପୁଲି ରେଖା କହେ ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ

ହସ୍ତରେଖାଶାସ୍ତ୍ରରେ ପାପୁଲିରେ ଥିବା ରେଖା,ପର୍ବତ ସାହାଯ୍ୟରେ ବ୍ୟକ୍ତିଙ୍କ ଜୀବନର ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଅନେକ କିଛି ତଥ୍ୟ ମିଳିଥାଏ । ଏଭଳି କି ପାପୁଲି ରେଖାରୁ ଆପଣଙ୍କ କର୍ମକ୍ଷେତ୍ର ବିଷୟରେ ମଧ୍ୟ ଜଣାପଡିଥାଏ ।
ହସ୍ତରେଖା ଶାସ୍ତ୍ର ଅନୁସାରେ ଯେକୌଣସି ବ୍ୟକ୍ତି ବିଶେଷଙ୍କ ପାପୁଲିରେ ତାଙ୍କ ଜୀବନ ସହ ଜଡିତ ଅନେକ ରହସ୍ୟ ଲୁଚି ରହିଥାଏ । ଏହି ରେଖା ମାଧ୍ୟମରେ ବ୍ୟକ୍ତିଙ୍କ ଜୀବନ, ସ୍ୱାସ୍ଥ୍ୟ, ଧନ-ସମ୍ପତ୍ତି ଓ କର୍ମକ୍ଷେତ୍ର ବିଷୟରେ ଅନେକ ସୂଚନା ମିଳିଥାଏ । ପାପୁଲିର ରେଖା ଓ ପର୍ବତରୁ କର୍ମକ୍ଷେତ୍ର ବିଷୟରେ ଜାଣନ୍ତୁ..
ହସ୍ତରେଖା ଶାସ୍ତ୍ର ଅନୁସାରେ ପାପୁଲିରେ ଥିବା କନିଷ୍ଠା ଆଙ୍ଗୁଠି ତଳକୁ ବୁଧ ପର୍ବତ ରହିଥାଏ । ଯେଉଁ ବ୍ୟକ୍ତି ବିଶେଷଙ୍କ ବୁଧ ପର୍ବତ ଅଧିକ ଗାଢ ଦେଖାଯାଏ, ସେମାନେ ବ୍ୟବସାୟ ମାଧ୍ୟମରେ ଖୁବ୍ ଧନ ରୋଜଗାର କରନ୍ତି । ଏମାନଙ୍କ କର୍ମକ୍ଷେତ୍ର ବ୍ୟାକିଙ୍ଗ୍ ଓ ପରିଚାଳନା କ୍ଷେତ୍ର ସହ ଜଡିତ ହୋଇ ରହିଥାନ୍ତି।
ଯେଉଁ ବ୍ୟକ୍ତି ବିଶେଷଙ୍କ ହସ୍ତରେ ସୂର୍ଯ୍ୟ ପର୍ବତ ଉପର ଅଂଶକୁ ରହିଥାଏ, ଏମାନେ ଅଧିକାଂଶ ସରକାରୀ ଚାକିରି କରିଥାନ୍ତି । ସରକାରୀ ଚାକିରିର ଏମାନଙ୍କ ଯୋଗ ଥାଏ । ପାପୁଲିରେ ଅନାମିକା ଆଙ୍ଗୁଠି ତଳକୁ ସୂର୍ଯ୍ୟ ପର୍ବତ ରହିଥାଏ।
ଯେଉଁ ବ୍ୟକ୍ତି ବିଶେଷଙ୍କ ପାପୁଲିରେ ଶନି ପର୍ବତ ଅଧିକ ଗାଢ ଦେଖାଯାଏ । ଏମାନଙ୍କୁ କର୍ମକ୍ଷେତ୍ରରେ ଖୁବ୍ ସଂଘର୍ଷ କରିବାକୁ ପଡିଥାଏ । ଏମାନେ ଠିକାଦାର ସମ୍ବନ୍ଧୀୟ କାମ କଲେ ଅଧିକ ସଫଳତା ମିଳିଥାଏ । ଶନି ପର୍ବତ ମଧ୍ୟମା ଆଙ୍ଗୁଠିର ତଳ ସ୍ଥାନରେ ରହିଥାଏ ।
Powered by Froala Editor